ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ହୋଟେଲରେ ରୁମ୍ ବୁକିଂ କରିବା ଉପରୁ ସରକାର ଜିଏସ୍ଟି କମାଇଛନ୍ତି। ଏଣିକି ଲୋକଙ୍କୁ କମ୍ ଦାମ୍ରେ ବଡ଼ ହୋଟେଲରେ ରୁମ୍ ମିଳି ପାରିବ। ୭ ହଜାର ୫୦୦ ଟଙ୍କାରୁ କମ୍ ରୁମ୍ ପାଇଁ ୧୨ ପ୍ରତିଶତ ଜିଏସ୍ଟି ଲାଗିବ। ସେହିପରି ୭ ହଜାର ୫୦୦ ଟଙ୍କାରୁ ଅଧିକ ହୋଟେଲ ରୁମ୍ ପାଇଁ ୧୮ ପ୍ରତିଶତ ଜିଏସ୍ଟି ଲାଗିବ।
ଗୋଆରେ ଅନୁଷ୍ଠିତ ଜିଏସ୍ଟି କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଏସ୍ଟି କାଉନସିଲ୍ର ୩୭ତମ ବୈଠକ ଗୋଆରେ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ।
ଆଗରୁ ୭ ହଜାର ୫୦୦ ଟଙ୍କାରୁ କମ୍ ହୋଟେଲ ରୁମ୍ ପାଇଁ ୧୮ ପ୍ରତିଶତ ଜିଏସ୍ଟି ଦେବାକୁ ପଡୁଥିଲା। ୭ ହଜାର ୫୦୦ ଟଙ୍କାରୁ ଅଧିକ ହୋଟେଲ ରୁମ୍ ପାଇଁ ୨୮ ପ୍ରତିଶତ ଜିଏସ୍ଟି ଦେବାକୁ ପଡୁଥିଲା।


















