ଓଡ଼ିଶାଲାଇଭ୍ ବ୍ୟୁରୋ

ଟେଲିକମ ରେଗୁଲେଟରି ଅଥରିଟି ବା ଟ୍ରାଇ ଦେଶର ମୋବାଇଲ ନମ୍ବର ସ୍କିମ ବଦଳାଇବା ପାଇଁ  ଯାଉଛି। ସେହି ଅନୁସାରେ ବର୍ତ୍ତମାନର ମୋବାଇଲ ନମ୍ବରଗୁଡ଼ିକୁ ଏଗାର ଅଙ୍କ ବିଶିଷ୍ଟ କରିବା ପାଇଁ ବିଚାର ଚାଲିଛି। ରିପୋର୍ଟ ଅନୁଯାୟୀ ଦଶ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବରରେ ଆଉ ଗୋଟିଏ ସଂଖ୍ୟା ଯୋଡ଼ାଯିବ। ଏହାର ଗୋଟିଏ ବଡ଼ କାରଣ ହେଉଛି ମୋବାଇଲ ବ୍ୟବହାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।

ଏହି ବର୍ଦ୍ଧିତ ଚାହିଦା ଯୋଗୁଁ ନମ୍ବରକୁ ଏଗାର ଅଙ୍କ ବିଶିଷ୍ଟ କରିବା ଜରୁରୀ ହୋଇ ପଡିଛି। ଦେଶରେ କୋଟି କୋଟି ମୋବାଇଲ ବ୍ୟବହାରକାରୀଙ୍କ ଚାହିଦାକୁ ଲକ୍ଷ୍ୟ କରି ଟେଲିକମ ଅପରେଟର ମାନେ ଟ୍ରାଇକୁ ନୂଆ ନମ୍ବର ମାଗୁଛନ୍ତି।

ଅବଶ୍ୟ ଟ୍ରାଇ ଅନ୍ୟ ବିକଳ୍ପ ବି ଚିନ୍ତା କରୁଛି। ତେବେ ନମ୍ବର ପରିବର୍ତ୍ତନ ଏକ ବଡ଼ ବିକଳ୍ପ ବୋଲି ଧରାଯାଉଛି। ବର୍ତ୍ତମାନ ୯, ୮ ଓ ୭ରୁ ଆରମ୍ଭ ମୋବାଇଲ ନମ୍ବର ସହିତ ଆଉ ୨୧୦ କୋଟି କନେକ୍ସନ ପାଇଁ ବ୍ୟବସ୍ଥା କରିବାକୁ ଟ୍ରାଇ ଚିନ୍ତା କରୁଛି।

୨୦୧୫୦ ସୁଦ୍ଧା ବର୍ତ୍ତମାନ ଯେତିକି ମୋବାଇଲ ନମ୍ବର ରହିଛି ତା ଛଡ଼ା ଆହୁରି ୨୬୦ କୋଟି ନୂଆ ନମ୍ବର ଆବଶ୍ୟକ ପଡ଼ିବ। ପୂର୍ବରୁ ଭାରତର ନମ୍ବର ପଦ୍ଧତି ୧୯୯୩ ଓ ୨୦୦୩ରେ ଦୁଇ ଥର ବଦଳିଥିଲା। ୨୦୦୩ରେ ଯେଉଁ ପରିବର୍ତ୍ତନ ଅଣାଯାଇଥିଲା ତାହା ଜରିଆରେ ୭୫ କୋଟି ନୂଆ କନେକ୍ସନ ପାଇଁ ସ୍ଥାନ ସୃଷ୍ଟି କରାଯାଇଥିଲା।

ଏଥି ମଧ୍ୟରୁ ୪୫ କୋଟି ମୋବାଇଲ ଓ ୩୦ କୋଟି ବେସିକ ବା ଲ୍ୟାଣ୍ଡଲାଇନ ନମ୍ବର। ଟ୍ରାଇ ପକ୍ଷରୁ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଛି ସେଥିରେ ଲ୍ୟାଣ୍ଡଲାଇନ ନମ୍ବର ବି ଏଗାର ଅଙ୍କ ବିଶିଷ୍ଟ ହେବ। ଡାଟା ଓନଲି ମୋବାଇଲ ନମ୍ବର(ଡଙ୍ଗଲ)କୁ ୧୩ ଅଙ୍କ ବିଶିଷ୍ଟ କରାଯାଇ ପାରେ।ଏହି ନମ୍ୱର ୩, ୫ ଓ ୬ରୁ ଆରମ୍ଭ ହୋଇପାରେ ବୋଲି ଜଣାପଡିଛି।

Comment