ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡ଼ା ରୁ ତୁଷାର ରଞ୍ଜନ ସାହୁ): ରାୟଗଡାଠାରେ ନୂତନ ରେଳ ଡିଭିଜନ ପ୍ରତିଷ୍ଠା ହେବ। ଏନେଇ ରେଳ ବିଭାଗ ତରଫରୁ ଜବରଦଖଲରେ ଥିବା ଗୁଡସ୍ ସେଡ୍ କଲୋନୀର ବିଭିନ୍ନ ବସ୍ତିକୁ ଉଚ୍ଛେଦ କରିବା କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ। ଏହା ଆସନ୍ତା ବର୍ଷ ୨୦୨୦ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଦା କାର୍ଯ୍ୟକାରୀ ହେବ।

ରେଳସୁରକ୍ଷା ବଳ, ଜି.ଆର୍.ପି ଓ ରାୟଗଡ଼ା ଜିଲ୍ଲା ପୋଲିସ ତରଫରୁ ମିଳିତ ଭାବେ ଏହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି। ଘଟଣାସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ତଥା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରୀତ କରିବା ପାଇଁ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯାଇଛି।

ଦୀର୍ଘଦିନ ଧରି ବସବାସ କରୁଥିବା ବସ୍ତିବାସିନ୍ଦାଙ୍କ ଭିତରେ ଏଥିନେଇ ଆତଙ୍କ ଦେଖାଦେଇଛି। ରାୟଗଡା ଗୁଡସ୍ ସେଡ୍ ବସ୍ତିରେ ଗୋଟିଏ ପ୍ରକାର ଚାପା ଉତ୍ତେଜନ ମଧ୍ୟ ଦେଖାଦେଇଛି। ଗତ ଦୁଇଦିନ ତଳେ ରେଳବାଇ ପକ୍ଷରୁ ଘର ଖାଲି କରିବା ପାଇଁ ନୋଟିସ ଜାରି କରାଯାଇଥିଲା। ଆଜି ସକାଳୁ ସକାଳୁ ରେଳବାଇ ଫୋର୍ସ ଓ ସ୍ଥାନୀୟ ଫୋର୍ସ ସହାୟତାରେ ବସ୍ତି ବାସିନ୍ଦାଙ୍କୁ ଖାଲି କରାଯାଉଛି।

ଏଠାରେ ରହି ଆସୁଥିବା ଲୋକଙ୍କୁ କୌଣସି ଥଇଥାନ କରାନଯାଇ ଉଛେଦ କରାଯାଉଥିବା ଯୋଗୁଁ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ଉଛେଦରେ ୧୦୩ ଟି ଘର ଭଙ୍ଗାଯିବାକୁ ଥିବା ବେଳେ ଏହି ଉଛେଦ କାର୍ଯ୍ୟରେ ମାଜିଷ୍ଟ୍ରେଟ, ତହସିଲଦାର ଉମାଶଙ୍କର ବେହେରା ଉପସ୍ଥିତ ରହିଛନ୍ତି।

Comment