ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତଙ୍କବାଦୀ ସଙ୍ଗଠନ ପୁଣିଥରେ ଭାରତରେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର କରୁଛି। ଏନେଇ ଗୁଇନ୍ଦା ବିଭାଗ ଆଲର୍ଟ ଜାରି କରିଛି। ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ପଠାନକୋଟ, ଅମୃତସର, ଶ୍ରୀନଗର ଆଦି ମେଟ୍ରୋ ସିଟିରେ ଆକ୍ରମଣ ପାଇଁ ଚିନ୍ତା କରୁଛି। ଏହି ଆକ୍ରକଣ ପାଇଁ ପାଖାପାଖି ୧୦ ଜଣ ଆତଙ୍କବାଦୀ ପ୍ରସ୍ତୁତ ହେଉଥିବା ସନ୍ଦେହ କରାଯାଉଛି।

ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀନଗର, ଅବନ୍ତିପୋରା, ଜମ୍ମୁ, ପଠାନକୋଟ୍‌ ଓ ହିନ୍ଦୋନ ଏୟାର ବେସ୍‌ ରହିଥିବାରୁ ଏଠାରେ ହାଇଆଲର୍ଟ ଜାରି କରାଯାଇଛି। ଏହି ସ୍ଥାନ ଗୁଡ଼ିଗରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଙ୍ଗଠନ କରିଛି।

ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ନିଜ ନାଁ ବଦଳାଇଥିବା ଚର୍ଚ୍ଚା ହେଉଥିଲା।  ଏବେ ଏହି ସଙ୍ଗଠନର ନାଁ ମଜଲିସ୍‌-ବୁରାସା-ଏ-ଶାହୁଦା ଜମ୍ମୁ ୱା କଶ୍ମୀର’ ରଖାଯାଇଛି। ଏହାର ନେତୃତ୍ୱ ମସୁଦ ଅଜହର ସାନ ଭାଇ ମୁଫ୍‌ତୀ ଅବଦୁଲ ରଉଫ୍‌ ଅସଗର୍‌ ନେଉଛି ।

Comment