ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ବୁଧବାର ୩ୟ ଲିମ୍‌କା ବୁକ୍ ଅଫ ରେକର୍ଡସ-୨୦୧୯ ପ୍ରମାଣପତ୍ର ପେପରମ୍ୟାନ ଶଶାଙ୍କ ଶେଖର ଦାଶଙ୍କୁ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଶଶାଙ୍କଙ୍କ ନାମ ସର୍ବାଧିକ ଖବରକାଗଜ ସଂଗ୍ରହ କରି ୨୦୧୯ ଲିମ୍‌କା ବୁକ୍‌ରେ ପ୍ରକାଶ ପାଇଛି।

ପୂର୍ବରୁ ଏହି ପ୍ରମାଣପତ୍ର ଶଶାଙ୍କଙ୍କ ନିକଟରେ ଡ଼ାକଯୋଗେ ପହଞ୍ଚିଥିଲା। ଆଜି ଶଶାଙ୍କ ନିଜ ପତ୍ନୀ ରାଧାରାଣୀ ଓ ପୁଅ ସହ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଶଶାଙ୍କ ରାଜ୍ୟପାଳଙ୍କୁ ଖବରକାଗଜ ଉପରେ ନିଜର ଗବେଷଣା ପୁସ୍ତିକା “ଖବରକାଗଜ ଅନେକ କଥା” ପ୍ରଦାନ କରିଥିଲେ। ଶଶାଙ୍କ

ରାଜ୍ୟପାଳଙ୍କୁ ଏହି ଅବସରରେ ଶଶାଙ୍କ ନିଜ ସଂଗ୍ରହର କିଛି ନମୂନା ଦେଖାଇଥିଲେ। ଓଡ଼ିଶାର ପ୍ରଥମ ଖବରକାଗଜ “ଉତ୍କଳ ଦୀପିକା” ଦେଖି ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଥିଲେ। ପୂର୍ବରୁ ଡାକଟିକଟ, ମୁଦ୍ରା ଓ କାଗଜ ନୋଟ ସଂଗ୍ରହ ଦେଖିଥିଲି ତେବେ ଖବରକାଗଜ ସଂଗ୍ରହ ଏକ ନୂତନ ସଂଗ୍ରହ ବୋଲି ରାଜ୍ୟପାଳ କହିଥିଲେ। ଏହାକୁ ବଜାୟ ରଖିବା ସହ ଓଡ଼ିଶାର ନାଁ ଉଜ୍ଜଳ କରିବା ପାଇଁ ରାଜ୍ୟପାଳ ଶଶାଙ୍କ ଶେଖରଙ୍କୁ ଆଶୀର୍ବାଦ କରିଥିଲେ।

ଇତିମଧ୍ୟରେ ଶଶାଙ୍କ ୧୦୪ଟି ଦେଶର ୯୬ଟି ଭାଷାର ୪୩୦୦ରୁ ଅଧିକ ଖବରକାଗଜ ସଂଗ୍ରହ କରିଛନ୍ତି। ଏସମସ୍ତକୁ ନେଇ ନିଜ ଗ୍ରାମ ଯାଜପୁର ଜିଲ୍ଲା ବରୀ ବ୍ଲକ ଅରଙ୍ଗାବାଦଠାରେ ନିଜ ବାପାଙ୍କ ନାମରେ ଏକ ଖବରକାଗଜ ମ୍ୟୁଜିୟମ ଆରମ୍ଭ କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ଏହା ଜାଣି ଖୁସି ପ୍ରକାଶ କରିଥିଲେ।

ଏଠାରେ କୁହାଯାଇପାରେ ୩ ଥର ଲିମ୍‌କା ବୁକ ରେକର୍ଡ଼ ଓ ଥରେ ଇଣ୍ଡିଆ ବୁକରେ ସ୍ଥାନ ପାଇଥିବା ପେପରମ୍ୟାନ ଶଶାଙ୍କ ଖୁବଶୀଘ୍ର ଗିନିଜ ୱାର୍ଲ୍‌ଡ ରେକର୍ଡ଼ରେ ସ୍ଥାନ ପାଇବେ ବୋଲି ଜଣାଯାଏ। ଇତିମଧ୍ୟରେ ଗିନିଜ କର୍ତ୍ତୃପକ୍ଷ ତାଙ୍କର ପ୍ରସ୍ତାବ ମଧ୍ୟ ଗ୍ରହଣ କରିଛନ୍ତି। ନିକଟରେ ଶଶାଙ୍କ ଅର୍ନ୍ତଜାତୀୟ ଗାନ୍ଧୀ ପିସ ଫାଉଣ୍ଡେସନର ଅବୈତନିକ ଆମ୍ବାସଡ଼ର ନିଯୁକ୍ତି ପାଇଛନ୍ତି।

LEAVE A REPLY

Please enter your comment!
Please enter your name here