ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢ଼ିବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଦର ୨ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି। ତେବେ ଏମଧ୍ୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏକ ଖାସ୍‌ କାର୍ଡ ଲଞ୍ଚ କରିଛି। ଏହି କାର୍ଡ ଜରିଆରେ ଗ୍ରାହକ ୫୦ ଲିଟର ପେଟ୍ରୋଲ ମାଗଣାରେ ପାଇପାରିବେ।

ନିକଟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଇଣ୍ଡିଆନ ଅୟଲ କର୍ପୋରେସନ ଲମିଟେଡ୍‌(ଆଇଓସିଏଲ) ସହ ହାତ ମିଳାଇଛି। ବ୍ୟାଙ୍କ ଆଇଓସିଏଲ ସହିତ ହାତ ମିଳାଇ ନନ୍‌ ମେଟ୍ରୋ ସହର ପାଇଁ ‘ଇଣ୍ଡିଆନ ଅୟଲ ଏଚ୍‌ଡିଏଫ୍‌ସି ବ୍ୟାଙ୍କ କ୍ରେଡିଟ୍‌ କାର୍ଡ’ ଲଞ୍ଚ କରିଛି। ଏହି କ୍ରେଡିଟ୍‌ କାର୍ଡରେ ଆପଣଙ୍କୁ ‘ଫୁଏଲ ପଏଣ୍ଟ’ ମିଳିବ। ଏହି ପଏଣ୍ଟ ବ୍ୟବହାର କରି ଗ୍ରାହକ ଇଣ୍ଡିଆନ ଅୟଲ ପେଟ୍ରୋଲ ପମ୍ପରେ ବାର୍ଷିକ ୫୦ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ରିଡିମ୍‌ କରିପାରିବେ।

କହିବାକୁ ଗଲେ ‘ଇଣ୍ଡିଆନ ଅୟଲ ଏଚ୍‌ଡିଏଫ୍‌ସି ବ୍ୟାଙ୍କ କ୍ରେଡିଟ୍‌ କାର୍ଡ’ ବ୍ୟବହାର କରି ଗ୍ରାହକ ବାର୍ଷିକ ୫୦ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ମାଗଣାରେ ପାଇପାରିବେ।

ଏହା ବ୍ୟତୀତ ଅନ୍ୟ ଖର୍ଚ୍ଚ ଯଥା ଗ୍ରସରୀ ସଉଦା, ବିଲ୍‌ ପେମେଣ୍ଟ, ସପିଂ କରି ଆପଣ ପୁଏଲ ପଏଣ୍ଟ ଆୟ କରିପାରିବେ। ଏହି କ୍ରେଡିଟ୍‌ କାର୍ଡର ବାର୍ଷିକ ଫି ହେଉଛଇ ୫୦୦ ଟଙ୍କା। ଯଦି କୌଣସି ଗ୍ରାହକ ବାର୍ଷିକ ୫୦ ହଜାର ଟଙ୍କା ଖର୍ଚ୍ଚ କରୁଛି ଏହି ବାର୍ଷିକ ଫି ଛାଡ଼ ପାଇପାରିବେ।

ସୂଚନାଯୋଗ୍ୟ, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୭୫ ପ୍ରତିଶତ ବ୍ୟାଙ୍କ ନନ୍‌-ମେଟ୍ରୋ ସହରରେ ରହିଛି। ସେହିପରି ଇଣ୍ଡିଆନ ଅୟଲର ୨୭ ହଜାର ପେଟ୍ରୋଲ ପମ୍ପର ୯୮ ପ୍ରତିଶତରେ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ଜରିଆରେ ପେମେଣ୍ଟ କରିପାରିବେ।

Comment