ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଫନି ଉପକୂଳ ଓଡ଼ିଶାକୁ ଛାରଖାର କରି ଦେଇଥିବାରୁ ବିଭିନ୍ନ ମହଲରୁ ସହାୟତାର ସୁଅ ଛୁଟୁଛି। ଏହି କ୍ରମରେ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ବାତ୍ୟା ପୀଡ଼ିତଙ୍କ ପାଇଁ ୧୦ କୋଟି ଟଙ୍କା ଦିଆଯାଇଛି।

ବ୍ରାଞ୍ଚର ବ୍ୟାଙ୍କିଂ ହେଡ୍ ସନ୍ଦୀପ ଏସ୍ କୁମାର ଏବଂ ଆଞ୍ଚଳିକ ମୁଖ୍ୟ ରାକେଶ ଶ୍ରୀବାସ୍ତବ ଓ ଡେପୁଟି ଭାଇସ୍ ପ୍ରେସିଡେଣ୍ଟ ଅନିମେଶ ବିଶ୍ୱାଳ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧୦ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ସେହିପରି କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଫାଉଣ୍ଡେସନର ଟ୍ରଷ୍ଟି ଭବାନୀ ଚରଣ ପଟ୍ଟନାୟକ ଓ ବିମଳ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚେକ୍ ପ୍ରଦାନ କରିଥିଲେ।

ଏହାସହ କୋରେଇ ବିଧାୟକ ଆକାଶ ଦାସ ନାୟକ ୧ ଲକ୍ଷ ଟଙ୍କା, ହିଞ୍ଜିଳି ପଞ୍ଚାୟତ ସମିତି ପକ୍ଷରୁ ୨ ଲକ୍ଷ ୧ ହଜାର ଟଙ୍କା ପ୍ରଦାନ କରାଯାଇଛି।

Comment