ଓଡ଼ିଶାଲାଇଭ୍ ବ୍ୟୁରୋ

ଏଚଡିଏଫସି ବ୍ୟାଙ୍କ ଏବେ କୌଣସି ପ୍ରକାର ନୂଆ କ୍ରେଡିଟ କାର୍ଡ କିମ୍ବା ନୂଆ ଡିଜିଟାଲ ଲଞ୍ଚ କରିପାରିବ ନାହିଁ। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଉକ୍ତ ବ୍ୟାଙ୍କକୁ ବାରଣ କରାଯାଇଛି। ନେଟ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ ଓ ପେମେଣ୍ଟ ୟୁଟିଲିଟିରେ ବିଗତ ଦୁଇ ବର୍ଷ ଧରି ଅନେକ ପ୍ରକାର ବ୍ୟାଘାତ ସୃଷ୍ଟି ହୋଇଥିବା ଯୋଗୁଁ ଆରବିଆଇ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।

ନିକଟରେ ଏଚଡିଏଫସି ବ୍ୟାଙ୍କର କାରବାରରେ ସାଙ୍ଘାତିକ ଅବ୍ୟବସ୍ଥା ଦେଖା ଦେଇଥିଲା। ବ୍ୟାଙ୍କର ଡାଟା ସେଣ୍ଟର ହଠାତ ଠପ ହୋଇପଡିଥିଲା ଯାହା ଫଳରେ କି ବ୍ୟାଙ୍କ କାରବାର ଘୋର ବାଧାପ୍ରାପ୍ତ ହୋଇଥିଲା।
ବ୍ୟଙ୍କ ସେବାରେ ଦେଖାଦେଇଥିବା ଏହି ସବୁ ଅସୁବିଧାର କାରଣ କଣ ଏବଂ କିଏ ଏଥିପାଇଁ ଦାୟୀ ତାହା ଖୋଜିବା ସହିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟାଙ୍କର ବୋର୍ଡ଼କୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି।

Comment