ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀରର ରାମବାନ ଜିଲ୍ଲାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ବହୁ ସମୟ ଧରି ଚାଲିଥିବା ପରସ୍ପର ଗୁଳି ବିନିମୟରେ ୩ଜଣ ଆତଙ୍କୀଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ଆତଙ୍କୀମାନେ କିଛି ସାଧାରଣ ଲୋକଙ୍କ ମୁଣ୍ଡ ଜାମିନ ରଖିଥିଲେ। ହେଲେ ଏଥିରେ ତାଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

ଆତଙ୍କବାଦୀମାନେ ପ୍ରଥମେ ଗ୍ରିନେଡ ମାଡ଼ କରି ବିଜୟ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲେ ଓ ବିଜୟ କୁମାରଙ୍କ ମୁଣ୍ଡ ଜାମିନ ରଖିଥିଲେ। ପରେ ଯବାନଙ୍କୁ ଗୁଳି ମଧ୍ୟ ମାରିଥିଲେ।

ଯବାନମାନେ ବିଜୟ କୁମାରଙ୍କ ଘରକୁ ଚାରିଆଡୁ ଘେରାଉ କରିବା ସହ ପାଲଟା ଗୁଳିବିନିମୟ କରିଥିଲେ। ଏଥିରେ ୩ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିରେ ବିଜୟ କୁମାର ସୁରକ୍ଷିତ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here