ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ପିଲାଦିନରୁ ସମସ୍ତଙ୍କର କିଛି ନା କିଛି ଲକ୍ଷ୍ୟ ଥାଏ। କିଏ ବଡ଼ ହେଲେ ଶିକ୍ଷକ ହେବେ ତ ପୁଣି ଡାକ୍ତର ହେବାର ସ୍ୱପ୍ନ ଦେଖିଥାନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ଆମ ଓଲିଉଡ ଅଭିନେତ୍ରୀ ସୂର୍ଯ୍ୟମୟୀ।

ଓଲିଉଡର ଜଣାଶୁଣା ନାୟିକା ହେଲେ ସୁର୍ଯ୍ୟମୟୀ ମହାପାତ୍ର। ‘ଭଲ ପାଏ ତତେ ଶହେରୁ ଶହେ’ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ସୁର୍ଯ୍ୟମୟୀ। ଏଥିରେ ତାଙ୍କ ବିପକ୍ଷରେ ଥିଲେ ଷ୍ଟାର ସନ୍‌ ବାବୁସାନ।

ଏହାପରେ ସୂର୍ଯ୍ୟମୟୀ ଆଖି ଖୋଲିଲେ ତୁହି ତୁ, ଶକ୍ତି ଓ ସେଲଫିସ୍‌ ଦିଲ ଭଳି ଫିଲ୍ମରେ ନାୟିକା ଭୂମିକାରେ ନଜର ଆସିଛନ୍ତି।

ବର୍ତ୍ତମାନ ପୁଣି ଥରେ ବାବୁସାନ୍‌ଙ୍କ ସହ ନଜର ଆସିବେ ସୂର୍ଯ୍ୟମୟୀ। ଦଶହରାରେ ରିଲିଜ୍‌ ହେବାକୁ ଥିବା ମିଷ୍ଟର ମଜ୍‌ନୁରେ ବାବୁସାନ୍‌ଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ।

ସୂର୍ଯ୍ୟମୟୀଙ୍କର ଅଭିନୟ ଛଡ଼ା ଅନେକ ସ୍ଵପ୍ନ ରହିଛି। ସେ ବହୁଦିନରୁ ଡାକ୍ତର ହେବାର ସ୍ଵପ୍ନ ଦେଖିଛନ୍ତି। ଏହା କେବଳ ତାଙ୍କର ଅଭିଳାଷ ନୁହେଁ, ତାଙ୍କ ପିତାମାତାଙ୍କର ମଧ୍ୟ ଇଚ୍ଛା।

ସୂରମୟୀ ମେଡିକାଲ୍ ଏଣ୍ଟ୍ରାନ୍ସ ପାଇଁ କୋଚିଂ ମଧ୍ୟ ନେଇଥିଲେ। ସେ ସୁଦୂର ବିଶାଖାପାଟଣାରେ ଏକ ନାମୀ ଅନୁଷ୍ଠାନରେ କୋଚିଂ ନେଉଥିଲେ। ହେଲେ ସେଥିରେ କୃତକାର୍ଯ୍ୟ ହୋଇପାରିନଥିଲେ।

LEAVE A REPLY

Please enter your comment!
Please enter your name here