ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚ୍ ବୁଧବାର ଖେଳାଯିବ। ଏହି ମ୍ୟାଚ ପାଇଁ ଚୂଡ଼ାନ୍ତ ୧୧ ଜଣ ଖେଳାଳିଙ୍କ ନାଁ ଘୋଷଣା କରିଛି ବିସିସିଆଇ। ବୁଧବାରଠାରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ। ତେବେ ପ୍ରଥମ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଦଳ ଘୋଷଣା ହୋଇଛି। ଏଥିସହ ଦଳରେ ଓପନିଂକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପ୍ରଥମ ଟେଷ୍ଟରେ ରୋହିତ ଶର୍ମାଙ୍କ ସହ ମୟଙ୍କ ଅଗ୍ରୱାଲ ଓପନିଂ କରିବେ।

ସେହିପରି ମିଡିଲ ଅର୍ଡରରେ ଚିତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କା ରାହାଣେ, ହନୁମା ବିହାରୀ ଦଳର ବ୍ୟାଟିଂ ନେତୃତ୍ୱ ନେବେ। ଅନ୍ୟପଟେ ୱିକେଟ କିପର୍ ଭାବେ ଦଳରେ ରିଦ୍ଧିମାନ ଶାହ୍ ସ୍ଥାନ ପାଇଛନ୍ତି।

ଅନ୍ୟପଟେ ସ୍ପିନର ଭାବେ ଦଳରେ ଅଫସ୍ପିନର ଆର. ଅଶ୍ୱିନୀ ଓ ରବୀନ୍ଦ୍ର ଜାଡ଼େଜା ସ୍ଥାନ ପାଇଛନ୍ତି। ସେହିପରି ଦ୍ରୁତ ବୋଲର ଜଶପ୍ରୀତ ବୁମରା ଆହାତ ହୋଇ ଦଳରୁ ବାଦ୍ ପଡ଼ିବା ପରେ ଇଶାନ୍ତ ଶର୍ମା ଓ ମହମ୍ମଦ ଶାମୀ ଦଳର ବୋଲିଂ ନେତୃତ୍ୱ ନେବେ।

ଭାରତୀୟ ଟିମ୍‌

ବିରାଟ କୋହଲି(ଅଧିନାୟକ),ଆଜିଙ୍କା ରାହାଣେ(ଉପ-ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ୍, ଚିତେଶ୍ୱର ପୁଜାରା, ହନୁମା ବିହାରୀ, ଆର. ଅଶ୍ୱିନୀ, ରବୀନ୍ଦ୍ର ଜାଡ଼େଜା, ରିଦ୍ଧିମାନ ଶାହ(ୱିକେଟ କିପର), ଇଶାନ୍ତ ଶର୍ମା ଏବଂ ମହମ୍ମଦ ଶାମୀ।

Comment