ଓଡ଼ିଶାଲାଇଭ ବ୍ୟୁରୋ

ଏଟିଏମ୍‌ ଭାଙ୍ଗି ୨୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ସହରସ୍ଥିତ ଅମ୍ଵିକାଇ ଛକ ନିକଟରେ। ଏହି ଘଟଣା ସୋମବାର ବିଳମ୍ଵିତ ରାତିରେ ଘଟିଛି।

ସୋମବାର ରାତିରେ କେହି ଦୁର୍ବୃତ୍ତ ଅମ୍ଵିକାଇ ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ୨୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ମଙ୍ଗଳବାର ସକାଳେ କିଛି ଲୋକ ଟଙ୍କା ଉଠାଇବାକୁ ଆସିଥିବା ବେଳେ ଘଟଣା ଜଣାପଡ଼ିଥିଲା।

ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଖୋଦ୍‌ ଯାଜପୁର ଏସପି ଚରଣ ସିଂହ ମିନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ଏଟିଏମ୍‌ରୁ ୨୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା।

Comment