ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ଭାରତରେ ଲଞ୍ଚ କରିବାକୁ ଯାଉଛି ବହୁ ପ୍ରତିକ୍ଷିତ ସ୍ମାର୍ଟଫୋନ ‘ରେଡ୍‌ମି ୮’। ଆସନ୍ତା ଅକ୍ଟୋବର ୯ରେ ‘ରେଡ୍‌ମି ୮’ ସ୍ମାର୍ଟଫୋନ ଭାରତରେ ଲଞ୍ଚ ହେବ। ଏନେଇ ସାଓମି ଇଣ୍ଡିଆ ହେଡ୍‌ ମନୁ କୁମାର ଜୈନ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତେବେ କମ୍ପାନି ପକ୍ଷରୁ ରିଲିଜ ହୋଇଥିବା ଟିଜର ଅନୁଯାୟୀ, ‘ରେଡ୍‌ମି ୮’ରେ ବଡ଼ ବ୍ୟାଟେରୀ ଦିଆ ଯାଇଛି।

କମ୍ପାନି ପକ୍ଷରୁ ରିଲିଜ ହୋଇଥିବା ଟିଜରରେ ୮ ଲେଖାଯାଇଥିବା ସହ ୨ଟି କ୍ୟାମେରା ସେନ୍ସର ଦେଖିବାକୁ ମିଳିଛି। ଅର୍ଥାତ୍‌ ‘ରେଡ୍‌ମି ୮’ରେ ଡୁଅଲ ରିୟର କ୍ୟାମେରା ଦିଆଯିବ।

ନିକଟରେ ସାଓମି ଭାରତରେ ‘ରେଡ୍‌ମି ୮ଏ’ ସ୍ମାର୍ଟଫୋନ ଲଞ୍ଚ କରିଥିଲା। ତେବେ ‘ରେଡ୍‌ମି ୮ଏ’ ସ୍ମାର୍ଟଫୋନର ଲଞ୍ଚିଂ ବେଳେ ମନି କୁମାରଙ୍କ ହାତରେ ଆଉ ଗୋଟିଏ ସ୍ମାର୍ଟଫୋନ ଦେଖିବାକୁ ମିଳିଥିଲା। ଯାହା ‘ରେଡ୍‌ମି ୮’ ଥିଲା। ରିପୋର୍ଟ ମୂତାବିକ, ଏହି ସ୍ମାର୍ଟଫୋନରେ ୪ ହଜାର ଏମ୍‌ଏଏଚ୍‌ର ବ୍ୟାଟେରୀ ଦିଆଯିବ।

‘ରେଡ୍‌ମି ୮’ ସ୍ମାର୍ଟଫୋନ୍‌ର ଡିସପ୍ଲେରେ ୱାଟର ଡ୍ରପ୍‌ ଷ୍ଟାଇଲ ନଚ୍‌ ଦିଆଯିବ। ସେହିପରି ଏଥିରେ ୟୁଏସ୍‌ବି ଟାଇପ୍‌ ସି ଦିଆ ଯିବା ଆଶା କରାଯାଉଛି। ଏଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୪୩୯ ପ୍ରୋସେସର ଦିଆଯିବ। ତେବେ କମ୍ପାନି ପକ୍ଷରୁ ‘ରେଡ୍‌ମି ୮’ର ୪ଟି କଲର ଭାରିଏଣ୍ଟ ଲଞ୍ଚ କରାଯିବ ବୋଲି ଶୁଣିବାକୁ ମିଳିଛି।

Comment