ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ସାଓମି’ର ଲାଟେଷ୍ଟ ବଜେଟ୍‌ ସ୍ମାର୍ଟଫୋନ Redmi 8ର ବିକ୍ରି ଭାରତରେ ଆରମ୍ଭ ହୋଇଯାଇଛି। ବୁଧବାର ଦିନ ୧୨ରୁ ଏହାର ବିକ୍ରି ଆରମ୍ଭ ହୋଇଥିବା ବେଳେ ଗ୍ରାହକ ଏହାକୁ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରୁ କିଣି ପାରିବେ। ସୂଚନାଯୋଗ୍ୟ, ଭାରତରେ Redmi 8 ସ୍ମାର୍ଟଫୋନ୍‌ ଗତ ସପ୍ତାହରେ ଲଞ୍ଚ ହୋଇଥିଲା।

ଭାରତରେ Redmi 8 ସ୍ମାର୍ଟଫୋନ୍‌ର ପ୍ରାରମ୍ଭିକ ମୂଲ୍ୟ ରହିଛି ୭,୯୯୯ଟଙ୍କା। କମ୍ପାନି ପକ୍ଷରୁ ଏହାର ଦୁଇଟି ଭାରିଏଣ୍ଟ ବଜାରକୁ ଛଡ଼ା ଯାଇଛି। 3GB/32GB ଏବଂ 4GB/43GB। ଦ୍ୱିତୀୟ ଭାରିଏଣ୍ଟର ମୂଲ୍ୟ ୮,୯୯୯ ଟଙ୍କା ରହିଛି। ବର୍ତ୍ତମାନ ଏହି ଦୁଇଟି ସ୍ମାର୍ଟଫୋନର ବିକ୍ରି ଫ୍ଲିପକାର୍ଟରେ ଆରମ୍ଭ ହୋଇଯାଇଛି।

ତେବେ ଆସନ୍ତୁ ଜାଣିବା Redmi 8 ସ୍ମାର୍ଟଫୋନ୍‌ରେ କ’ଣ ଫିଚର ରହିଛି?

  • ୫.୨ ଇଞ୍ଚ ଏଚ୍‌ଡି ଡିସପ୍ଲେ
  • ଡଟ୍‌ ନଚ୍‌ ଡିସପ୍ଲେ
  • ଡୁଅଲ ରିୟର କ୍ୟାମେରା(୧୨ଏବଂ ୨ ମେଗାପିକ୍ସେଲ)
  • ସେଲ୍‌ଫି ପାଇଁ ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା
  • ରିୟର ଫିଙ୍ଗରପ୍ରିଣ୍ଟ ସ୍କାନର
  • ଫେସ୍‌ଲକ୍‌ ଫିଚର
  • ୫୦୦୦ ଏମ୍‌ଏଏଚ୍‌ ବଡ଼ ବ୍ୟାଟେରୀ
  • ୧୮ ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ
  • ଟାଇପ୍‌-ସି ଚାର୍ଜର
  • ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ ୪୩୯ ପ୍ରୋସେସର

Comment