ଓଡ଼ିଶାଲାଇଭ୍ ବ୍ୟୁରୋ

ଯଦି ଆପଣ କୌଣସି ଅଜଣା ସ୍ଥାନକୁ ଯାଇଛନ୍ତି ଏବଂ ଆପଣ କୌଣସି ସର୍ବସାଧାରଣ ଶୌଚାଳୟ ବ୍ୟବହାର କରିବାକୁ ଖୋଜୁଛନ୍ତି। ତେବେ ଆପଣଙ୍କର ଏହି ସମସ୍ୟାର ସମାଧାନ କରିବ ଗୁଗଲ ମ୍ୟାପ୍ ଆପ୍।

ଆପଣ ଗୁଗଲ୍ ମ୍ୟାପରେ ଆପଣ ‘ପବ୍ଲିକ ଟଏଲେଟ୍ ନିୟର ମି’ ବୋଲି ଟାଇପ୍ କଲେ ଆପଣଙ୍କୁ ଆପଣଙ୍କ ପାଖରେ ଥିବା ସମସ୍ତ ପବ୍ଲିକ ଟଏଲେଟର ଠିକଣା ମିଳିଯାଇପାରିବ।

ଏନେଇ ଗୁଗଲ ମ୍ୟାପର ସିନିୟର ପ୍ରୋଜେକ୍ଟ ମ୍ୟାନେଜର ଅନଳ ଘୋଷ କହିଛନ୍ତି, “ଏହି ସୁବିଧା ସାହାଯ୍ୟରେ ଲୋକମାନେ ସ୍ୱଚ୍ଛତାକୁ ଆପଣାଇ ପାରିବେ। ଏହାସହ ଆମ କମ୍ପାନି ସବୁବେଳେ ଲୋକଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି।”

ବୁଧବାରଠାରୁ ଗୁଗୁଲ୍ ମ୍ୟାପ୍ ଆପରେ ଆପଣ ଏଭଳି ସୁବିଧା ପାଇପାରିବେ। ଦେଶର ପ୍ରାୟ ୨୩୦୦ରୁ ଅଧିକ ସହର ଓ ୫୭ହଜାରରୁ ଅଧିକ ସାର୍ବଜନୀନ ଶୌଚାଳୟକୁ ନେଇ ଗୁଗଲ ମ୍ୟାପ୍ ଆପ୍ ଆପଣଙ୍କୁ ଏହି ସୁବିଧା ଦେବ। ସ୍ୱଚ୍ଛ ଭାରତ ମିଶନ୍ ଓ କେନ୍ଦ୍ରୀୟ ଗୃହ ଓ ସହର ଉନ୍ନୟନ ମନ୍ତ୍ରାଳୟର ସହଯୋଗରେ ଏଭଳି ସୁବିଧା ଯୋଗାଇବ ଗୁଗଲ ମ୍ୟାପ୍।

ଏନେଇ ସମସ୍ତ ପ୍ରକାର ପରୀକ୍ଷଣ ମଧ୍ୟ ସରିସାରିଛି। ୨୦୧୬ ମସିହାରେ ଏହାକୁ ନୂଆଦିଲ୍ଲୀ, ଭୋପାଳ ଓ ଇନ୍ଦୋର ସହରରେ ଆରମ୍ଭ କରାଯାଇସାରିଛି।

Comment