ଓଡ଼ିଶାଲାଇଭ ବ୍ୟୁରୋ

ଗାଡ଼ି ଚାଳକଙ୍କ ସୁବିଧା ପାଇଁ ପରିବହନ କମିସନରଙ୍କ ଆଉ ଏକ ପଦକ୍ଷେପ। ଏଣିକି ଗୁଗୁଲ ମ୍ୟାପରେ ସ୍ଥାନ ପାଇବ ପଲ୍ୟୁସନ ସେଣ୍ଟର ଠିକଣା। ଏନେଇ ସମସ୍ତ ପରିବହନ କାର୍ଯ୍ୟାଳୟ ଓ ଅତିରିକ୍ତ ପରିବହନ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିସନର।

ଏହାସହ ଆରଟିଓ ଅଫିସ, ଡ୍ରାଇଭିଂ ଟେଷ୍ଟିଂ ଟ୍ରାକକୁ ମଧ୍ୟ ଗୁଗୁଲ ମ୍ୟାପରେ ସ୍ଥାନିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ଲୋକମାନଙ୍କୁ ଆଉ ଆରଟିଓ ଅଫିସ୍‌ ଓ ପ୍ୟୁସନ ସେଣ୍ଟର ଖୋଜିବାକୁ ଅସୁବିଧା ହେବ ନାହିଁ।

ନୂଆ ଟ୍ରାଫିକ ନିୟକୁ ନେଇ ଧରପଗଡ଼ ପରେ ନିୟମକୁ କୋହଳ କରିଥିଲେ ରାଜ୍ୟ ସରକାର। ତେବେ ଏହି ନିୟମ ପୁଣି ଲାଗୁ ହେବା ପୂର୍ବରୁ ଲୋକମାନେ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ପାଇଁ ଲମ୍ଵାଲାଇନ ଲଗାଉଛନ୍ତି। ଫଳରେ ଲୋକଙ୍କୁ ଅନେକ ଅସୁବିଧା ହେଉଛି। ହେଲେ ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛି।

Comment