ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା କାରଣରୁ ବସ୍‌ମାନଙ୍କ ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କଲା ପରିବହନ ବିଭାଗ। ଟୁଇନ୍ ସିଟି ସମେତ ରାଜ୍ୟବ୍ୟାପୀ ଚଳାଚଳ କରୁଥିବା ସମସ୍ତ ଘରୋଇ ଓ ସରକାରୀ ବସ ପାଇଁ ଏହି ଗାଇଡ୍ ଲାଇନ୍ ଧାର୍ଯ୍ୟ କରାଯାଇଛି। ଏନେଇ ପରିବହନ ମନ୍ତ୍ରୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 

  • ବସ୍‌ଗୁଡ଼ିକରେ ଯେତିକି ସିଟ୍ ଅଛି, ସେତିକି ହିଁ ଯାତ୍ରୀ ଯିବେ
  •  ବସ୍ ଡ୍ରାଇଭର ଓ ବସର ଅନ୍ୟ କର୍ମଚାରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  •  ବସ୍‌ରେ  ସ୍ୱଚ୍ଛତା ରଖିବା ନିହାତି ଆବଶ୍ୟକ
  •  ଯାତ୍ରୀବାହୀ ବସ୍‌ଗୁଡ଼ିକରେ ଯେପରି ଓଭରଲୋଡିଂ ନହୁଏ ସେଥିପ୍ରତି ଦୃଷ୍ଟି ଦବାକୁ ଘରୋଇ ବସ୍ ମାଲିକ ଓ ରାଜ୍ୟ ପରିବହନ ବିଭାଗ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଏଥସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଏହି ଗାଇଡଲାଇନକୁ ପାଳନ କରିବେନି ସେମାନଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡ ମଧ୍ୟ ଦିଆଯିବ।

Comment