ଓଡ଼ିଶାଲାଇଭ୍ ବ୍ୟୁରୋ

ଖାଦ୍ୟକୁ ସ୍ଵାଦିଷ୍ଟ କରୁଥିବା ଗ୍ରିନ୍ ମଟର ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ। ଏହାର ଫାଇଟୋନ୍ୟୁଟ୍ରିସନ୍ ଶରୀରକୁ ଶକ୍ତି ଯୋଗାଇଥାଏ। ଏହା ଏକ ପ୍ରକାର ସୌନ୍ଦର୍ଯ୍ୟ ପ୍ରସାଧନ ବି। ଏଥିରେ ତିଆରି ଫେସ୍ ପ୍ୟାକ୍ ଆଉ ସ୍କ୍ରବର୍ ସମସ୍ତ ତ୍ୱଚା ସମସ୍ୟା ଦୂର କରି ତ୍ଵଚାରେ ଚମକ ଆଣେ।

କିଛି ଗ୍ରିନ୍ ମଟରକୁ ପାଣିରେ ସିଝାଇ ଫେସ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ଲଗାଇ ୧୫ରୁ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ଏହା ତ୍ୱଚାରେ ମୃତ କୋଷିକାକୁ ସଫା କରି ଭିତରୁ ଚମକ ଆଣେ।

କ୍ଷୀରରେ ଗ୍ରିନ୍ ମଟର ପେଷ୍ଟ୍ ଆଉ କମଳା ଚୋପା ମିଶାଇ ଲେପ ପ୍ରସ୍ତୁତ କରି ଲଗାନ୍ତୁ। ଏହା କଳା ଦାଗ ଦୂର କରିବ।

ଶୀତ ଦିନେ କେତେକଙ୍କ ହାତ ଫୁଲେ। ତେବେ ଗ୍ରିନ୍ ମଟରକୁ ସିଝାଇ ଉଷୁମ ଥିବା ସମୟରେ ସେଥିରେ କିଛି ସମୟ ଆଙ୍ଗୁଳି ବୁଡ଼ାଇ ରଖିନ୍ତୁ। ଯଦି ଦେହ ଫୁଲିଥାଏ, ତେବେ ମଟର ସିଝା ପାଣିରେ ଗାଧାନ୍ତୁ।

ପୋଡ଼ା ଜଳା ହୋଇଥିଲେ ମଟର ପେଷ୍ଟ କରି କ୍ଷତ ସ୍ଥାନରେ ଲଗାନ୍ତୁ।

Comment