ଓଡ଼ିଶାଲାଇଭ୍ ବ୍ୟୁରୋ

ତ୍ଵଚାକୁ ଚମକଦାର ଓ ସୁନ୍ଦର କରିବା ପାଇଁ ଚିନି ବେଶ୍‌ ଲାଭଦାୟକ। ସ୍ଵାସ୍ଥ୍ୟ ପାଇଁ ଚିନି ଯେତିକି କ୍ଷତିକାରକ, ତ୍ୱଚା ପାଇଁ ସେତିକି ଲାଭଦାୟକ। ଜାଣନ୍ତୁ ତ୍ଵଚା ପାଇଁ ଚିନି ର ଫାଇଦା।

-ଚେହେରାରୁ ମୃତ କୋଷିକା ହଟାଇବା ପାଇଁ ଆପଣ ଚିନିର ବ୍ୟବହାର କରିପାରିବେ।

-ଯଦି ଆପଣ ନିଜ ଚେହେରାକୁ ଚମକପ୍ରଦ କରାଇବାକୁ ଚାଁହୁଛନ୍ତି, ତା’ହେଲେ ଆପଣ କିଛି ଚିନିରେ କଫି ପାଉଡର ମିଶାଇ ଏହାକୁ ଧୀରେ ଧୀରେ ନିଜ ଚେହେରାରେ ମାଲିସ କରନ୍ତୁ।

-ଯଦି ଆପଣଙ୍କ ଶରୀରରେ ​‌ଷ୍ଟ୍ରେ​‌ଚମାର୍କ କିମ୍ବା କିଛି ଦାଗ ରହିଛି, ତାହେଲେ ଆପଣ ଚିନିରେ ଟିକିଏ ମହୁ, କଫି ଓ ବାଦାମ ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଦାଗ କିମ୍ବା ଷ୍ଟ୍ରେ​‌ଚମାର୍କ ସ୍ଥାନରେ ଲଗାନ୍ତୁ।

-କେବଳ ଏତିକି ନୁହେଁ ଚିନିଦ୍ୱାରା ଆପଣ ନିଜ ଓଠକୁ ମଧ୍ୟ ଗୋଲାପୀ କରିପାରିବେ। ଚିନିକୁ ସାମାନ୍ୟ ଗୁଣ୍ଡ କରି ଏଥିରେ ନଡ଼ିଆ ତେଲ ଓ ଲେମ୍ବୁରସ ମିଶାଇ ଏହାକୁ ଓଠରେ ଧୀରେ ଧୀରେ ମାଲିସ କରନ୍ତୁ।

Comment