ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଫିଙ୍ଗିଛନ୍ତି। ଏହି ଘଟଣା ଅନନ୍ତନାଗରେ ଥିବା ଡିସି ଅଫିସ୍‌ ସମ୍ମୁଖରେ ଘଟିଛି।

ଏହି ଘଟଣାରରେ ୫ ଜଣ ଆହତ ହୋଇଛନ୍ତି। ଗ୍ରେନେଡ ମାଡ଼ରୁ ସୁରକ୍ଷାକର୍ମୀ ବର୍ତ୍ତି ଯାଇଥିଲା ବେଳେ ୫ ଜଣ ସାଧାରଣ ଲୋକ ଏହି ଆକ୍ରମଣ ଶିକାର ହୋଇଛନ୍ତି।

ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଘେରାବନ୍ଦୀ କରାଯାଇଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଜମ୍ମୁ କଶ୍ମୀରରୁ ଧାରା ୩୭ହ ହଟିବା ପରେ ଏହା ଆତଙ୍କବାଦୀଙ୍କ ପ୍ରଥମ ବଡ଼ ଆକ୍ରମଣ।

Comment