ଓଡ଼ିଶାଲାଇଭ୍ ବ୍ୟୁରୋ

ପାର୍ବଣରେ ଉତ୍ସବମୁଖର ହୋଇଛି ଟୁଇନ୍‌ ସିଟି। ମା’ ଦୁର୍ଗାଙ୍କୁ ଦର୍ଶନ କରିବା ପାଇଁ ଉଭୟ ମଣ୍ଡପ ଓ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହେଲାଣି। ପାର୍ବଣ ସମୟରେ ଭିଡ଼ ଅଧିକ ପରିଲକ୍ଷିତ ହେବା ସହ ଯାତାୟାତରେ ସମସ୍ୟା ଦେଖାଦେବ। ଏହି ଭିଡ଼କୁ ଦୃଷ୍ଟିରେ ରଖି ‘ମୋ ବସ୍‌’ ଚଳାଚଳରେ ପରିବର୍ତ୍ତନ କରାଯାଇଛି। କ୍ରୁଟ୍‌ ପକ୍ଷରୁ ଏହି ନିୟମ କରାଯାଇଛି।

ଆଜିଠୁ ଅଥବା ଅକ୍ଟୋବର ୫ରୁ ୯ ତାରିଖ ଯାଏଁ ଅପରାହ୍‌ଣ ୨ଟା ପରେ ମୋ ବସ୍‌ ଚଳାଚଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କୌଣସି ରୁଟ୍‌ରେ ଅପରାହ୍‌ଣ ୨ଟା ପରେ ମୋ ବସ୍‌ ଚାଲିବ ନାହିଁ। କ୍ରୁଟ୍‌ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଚଳାଳଚଳ କରୁଥିବା ମୋ ବସ୍‌ ସେବା ଏହି ୫ ଦିନ ସକାଳ ୬ଟାରୁ ଆରମ୍ଭ ହୋଇ ୨ଟା ପର୍ଯ୍ୟନ୍ତ ହେବ। ତା’ ପରେ ଏହି ସେବା ବନ୍ଧ ରହିବ। ଅକ୍ଟୋବର ୧୦ରୁ ମୋ ବସ୍‌ ସେବା ପୂର୍ବ ଭଳି ସ୍ୱାଭାବିକ ରହିବ।

Comment