ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ ଇତିହାସରେ ଯେଉଁ କେତେ ଜଣ ଶ୍ରେଷ୍ଠ ଦ୍ରୁତ ବୋଲର ଅଛନ୍ତି ସେମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଜାହିର ଖାନ୍। ସବୁ ସମୟରେ ନିଜର ଦ୍ରୁତ ବୋଲିଂ ସହ ସ୍ୱିଙ୍ଗ୍ ଯୋଗୁଁ ବେଶ୍ ପରିଚିତ୍। ଭାରତର ଏହି ପୂର୍ବତନ ଦ୍ରୁତ ବୋଲର ଆଜି ନିଜର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି।

୧୯୭୮ ମସିହା ଅକ୍ଟୋବର ୭ ତାରିଖରେ ମହାରାଷ୍ଟ୍ରରେ ଜାହିର ଜନ୍ମଗ୍ରହଣ କରିଥିଲେ। ୧୯୯୬ ମସିହାରେ କ୍ରିକେଟ ଜଗତରେ ପାଦ ରଖିଥିବା ଏହି ଖେଳାଳି ମୁମ୍ବାଇ ଦଳ ପାଇଁ କ୍ରିକେଟ୍ ଖେଳିଥିଲେ। ଏହାସହ ସେ ଭାରତ ପାଇଁ ୨୦୦୦ ମସିହାରେ ବାଂଲାଦେଶ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ।

ଦୀର୍ଘଦିନ ଧରି ଭାରତୀୟ ଦଳରେ ସ୍ଥାନ ପାଇଥିବା ଏହି କ୍ରିକେଟର ୨୦୧୫ ଅକ୍ଟୋବରରେ ନିଜର ଅବସର ଘୋଷଣା କରିଥିଲେ। ନିଜର କ୍ୟାରିଅର ଭିତରେ ସେ ୯୨ଟି ଟେଷ୍ଟ, ୨୦୦ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସେ ୫୫୦ରୁ ଅଧିକ ୱିକେଟ ନେଇଛନ୍ତି। କପିଳଦେବଙ୍କ ପରେ ସେ ଭାରତର ଶ୍ରେଷ୍ଠ ଦ୍ରୁତ ବୋଲର ହୋଇପାରିଥିଲେ।

୨୦୧୧ କ୍ରିକେଟ ବିଶ୍ୱକପରେ ସେ ବୋଲିଂ ବିଭାଗରେ ଦଳର ନେତୃତ୍ୱ ନେଇ ଦଳକୁ ବିଶ୍ୱକପ୍ ବିଜୟୀ କରାଇପାରିଥିଲେ।

LEAVE A REPLY

Please enter your comment!
Please enter your name here