ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୟ ହଜାରେ ଭାରତର ଜଣେ ମହାନ କ୍ରିକେଟର। ଆଜି ତାଙ୍କ ଜନ୍ମଦିନ। ସେ ଆଜିର ଦିନ ୧୯୧୫ ମସିହାରେ ମହାରାଷ୍ଟ୍ରର ସାଙ୍ଗିଲିରେ ଜନ୍ମ ଗ୍ରହଣ କରିଥିଲେ ବିଜୟ। ଭାରତୀୟ କ୍ରିକେଟ ପାଇଁ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ସ୍ମୃତିକୁ ମନେ ରଖିବା ପାଇଁ ତାଙ୍କ ନାଁରେ ବିଜୟ ହଜାରେ ଟ୍ରଫି ରଖାଯାଇଛି।

ଏହି ମହାନ କ୍ରିକେଟର ୧୯୫୧ରୁ ୧୯୫୩ ମସିହା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିଲେ। ସେ ଭାରତର ୨୫ତମ ଟେଷ୍ଟ ମ୍ୟାଚ ସମୟରେ ଦଳକୁ ଉତ୍କୃଷ୍ଟ ମାର୍ଗଦର୍ଶନ ଦେଇଥିଲେ। ଏହି ମ୍ୟାଚରେ ତାଙ୍କ ପ୍ରଦର୍ଶନ ଯୋଗୁଁ ଭାରତ ଇଂଲଣ୍ଡକୁ ପରାସ୍ତ କରିଥିଲା। ସେ ଡାହଣହାତୀ ବ୍ୟାଟ୍ସମ୍ୟାନ ଓ ପେସ୍‌ ବୋଲର ଭାବେ ବେଶ ଜଣାଶୁଣା।

ସେ ୪୭.୬୫ ହାରରେ ୨ ହଜାର ୧୯୧ ରନ୍‌ କରିଥିଲେ। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୬୦ ଶତକ ଓ ୧୦ଟି ଦ୍ଵିଶତକ ହାସଲ କରିଥିଲେ। ଏହାସହ ବୋଲିଂ କରି ୫୯୫ ଓ୍ଵିକେଟ ହାସଲ କରିଥିଲେ। ସେ ଥରେ ତ୍ରିଶତକ ହାସଲ ମଧ୍ୟ କରିଥିଲେ। ୩୧୬ ରନ୍‌ ଥିଲା ତାଙ୍କର ସର୍ବାଧିକ ରନ୍‌। ସେ ଭଦୋଦରା, ମହାରାଷ୍ଟ୍ର ଓ ମଧ୍ୟ ଭାରତ ପାଇଁ କ୍ରିକେଟ ଖେଳିଥିଲେ।

ଗୁଜୁରାଟର ଭଦୋଦରାଠାରେ ୧୮ ଡିସେମ୍ଵର ୨୦୦୪ରେ ବିଜୟ ହଜାରେଙ୍କ ଦେହାନ୍ତ ହୋଇଥିଲା। ସେ କର୍କଟ ରୋଗରେ ପୀଡ଼ିତ ଥିଲେ।

Comment