ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ମହିଳା ବିଶ୍ୱକପ ୨୦୨୨ର ତୃତୀୟ ମ୍ୟାଚ୍‌ରେ ଭାରତୀୟ କ୍ରିକେଟର ସ୍ମୃତି ମାନ୍ଧନା ଓ ହରମନପ୍ରୀତ କୌରଙ୍କ ବିସ୍ଫୋରକ ବ୍ୟାଟିଂ ରେକର୍ଡ କରିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ସ୍ମୃତି ମାନ୍ଧନା ଓ ହରମନପ୍ରୀତ କୌରଙ୍କ ବିସ୍ଫୋରକ ଶତକ ଯୋଗୁଁ ଭାରତ ନୂଆ ଇତିହାସ ରଚିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ନିର୍ଦ୍ଧାରିତ ୪୯ ଓଭରରେ ୩୧୭ ରନ୍ କରିବା ସହ ବିଶ୍ୱକପ୍ ପରେ ଭାରତ ନିଜର ସର୍ବାଧିକ ସ୍କୋର କରି ରେକର୍ଡ ହାସଲ କରିଛି।

ମହିଳା ବିଶ୍ୱକପରେ ଏହା ନବମ ସର୍ବାଧିକ ଦଳୀୟ ସ୍କୋର ବୋଲି କୁହାଯାଉଛି। ବିଶ୍ୱକପରେ ସର୍ବାଧିକ ଦଳୀୟ ସ୍କୋରର ରେକର୍ଡ ଅଷ୍ଟ୍ରେଲିଆର ରହିଛି। ଅଷ୍ଟ୍ରେଲିଆ ଗୋଟିଏ ଇନିଂସରେ ୪୧୨ ରନ କରିବାକୁ ସକ୍ଷମ ହୋଇଥିଲା। ମହିଳା ବିଶ୍ୱକପ ପୂର୍ବରୁ ସ୍ମୃତି ଓ ମାନ୍ଧନାଙ୍କ ଫର୍ମକୁ ନେଇ ଅନେକ ପ୍ରଶ୍ନ ଉଠିଥିବାବେଳେ ଆଜିର ପ୍ରଦର୍ଶନ ସବୁ ପ୍ରଶ୍ନର ଉତ୍ତର ରଖିପାରିଛି। ବିଶ୍ୱକପ ଆରମ୍ଭରୁ ନିଜର ଦମଦାର ପ୍ରଦର୍ଶନ ଯୋଗୁଁ ଆଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି ଏହି ଦୁଇ ଭାରତୀୟ ଖେଳାଳି।

ୱେଷ୍ଟଇଣ୍ଡିଜ ବିପକ୍ଷରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ପ୍ରଥମରୁ ହିଁ ସର୍ତକତାର ସହ ଇନିଂସ ଆରମ୍ଭ କରିଥିଲା।  ଗୋଟିଏ ପଟେ ସ୍ମୃତି ଇନିଂସ ସମ୍ଭାଳିଥିବା ବେଳେ ୱିକେଟ ଖସି ଚାଲିଥିଲା। କିନ୍ତୁ ହରମନପ୍ରୀତ କୌର ଏହାକୁ ସମ୍ଭାଳିବାରେ ସଫଳ ହୋଇଥିଲେ। ଉଭୟ ସ୍ମୃତି ଓ ହରମନପ୍ରୀତଙ୍କ ଯୋଡ଼ି ଶତକ ହାସଲ କରିବାରେ ସଫଳ ହୋଇଥିଲା। ସ୍ମୃତି ମାନ୍ଧାନା ୧୨୩ ରନ୍ କରିଥିବାବେଳେ ହରମନପ୍ରୀତ ୧୦୯ ରନ୍ କରିଥିଲେ।

ଭାରତର ମହିଳା କ୍ରିକେଟ ଟିମ୍ କ୍ୟାପଟେନ ମିତାଲି ରାଜ ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି ହୋଇଥିଲା। ୟାସ୍ତିକା ଭାଟିଆ ପ୍ରଥମ ଓ୍ଵିକେଟରେ ୪୯ ସ୍କୋର କରି ଆଉଟ ହୋଇଥିଲେ। ଏହା ପର ୫ ଓଭରରେ ଭାରତକୁ ମିତାଲି ଏବଂ ଦୀପ୍ତି ଶର୍ମାଙ୍କ ଓ୍ଵିକେଟ ହରାଇବାକୁ ପଡ଼ିଥିଲା। ଏହା ପରେ ସ୍ମୃତି ମାନ୍ଧନା ଏବଂ ହରମନପ୍ରୀତି କୌରଙ୍କ ଜୋଡ଼ି ୱେଷ୍ଟଇଣ୍ଡିଜ ବୋଲଙ୍କୁ କଡ଼ା ଜବାବ ଦେଇଥିଲେ।

ଚଳିତ ମହିଳା ବିଶ୍ୱକପରେ ଭାରତ ବର୍ତ୍ତମାନ ସୁଦ୍ଧା ୩ଟି ମ୍ୟାଚ୍ ଖେଳିଛି। ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଭାରତକୁ ପରାଜିତ ହେବାକୁ ପଡ଼ିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ମ୍ୟାଚରେ ଉଭୟ ସ୍ମୃତି ଓ ହରମନପ୍ରୀତ ଶତକ ହାସଲ କରିବା ସହ ଚଳିତ ବିଶ୍ୱକପର ସର୍ବାଧିକ ରନ୍ ସ୍କୋର କରିଛନ୍ତି।

Tag: #Cricket #Cricketer #IndianCricketer #ICCWomensWorldCup #Century #Score #Run #Wicket

Comment