ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମ୍‌ରେ ବର୍ତ୍ତମାନ ନିଜ ସୁପର ଶୋ’ ଦେଖାଉଛନ୍ତି କେଏଲ୍‌ ରାହୁଲ। ଏହାସହ ଟିମ୍‌ରେ ଏକ ମଜବୁତ୍‌ ସ୍ଥାନ ମଧ୍ୟ ପକ୍କା କରି ସାରିଛନ୍ତି। ଆଜି ସେ ତାଙ୍କ ୨୮ତମ ଜନ୍ମ ଦିନ ପାଳନ କରୁଛନ୍ତି। ଏହି ଅବସରରେ କ୍ରିକେଟ ଜଗତରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ରାହୁଲ ୨୦୧୦ରେ କ୍ରିକେଟ ଖେଳ ଆରମ୍ଭ କରିଥିଲେ। ପରେ ୨୦୧୪ରେ ଟେଷ୍ଟ କ୍ରିକେଟ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ୨୬ ଡିସେମ୍ଵର ୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ପ୍ରଥମ ଟେଷ୍ଟ ଖେଳିଥିଲେ। ସେହିପରି ୨୦୧୬ ଜୁନ୍‌ ୧୧ରେ ଜିମ୍ଵାଓ୍ଵେ ବିପକ୍ଷରେ ପ୍ରଥମ ଦିନିକିଆ ଓ ୧୮ ଜୁନ୍‌ ୨୦୧୬ରେ ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲେ।

ଏହି କମ୍‌ ସମୟର କ୍ୟାରିୟର ମଧ୍ୟରେ ରାହୁଲ ବେଶ ସଫଳତା ହାସଲ କରିପାରିଛନ୍ତି। ଟେଷ୍ଟରେ ୩୬ଟି ମ୍ୟାଚ ଖେଳି ୨ ହଜାର ୬ ରନ୍‌ କରିଥିବା ବେଳେ ଦିନିକିଆରେ ୩୨ ମ୍ୟାଚ ଖେଳି ୧ ହଜାର ୨୩୯ ରନ୍‌ କରିଛନ୍ତି। ସେହିପରି ଟି-୨୦ରେ ୪୨ ମ୍ୟାଚ ଖେଳି ୧ହଜାର ୧୨୭ ରନ୍‌ କରିଛନ୍ତି।

ଧୋନୀଙ୍କ ପରେ ଲୋକେଶ ରାହୁଲଙ୍କୁ ଟିମ୍‌ ଇଣ୍ଡିଆର ଓ୍ଵିକେଟ ରକ୍ଷକ ଦାୟିତ୍ଵ ମିଳିପାରେ ବୋଲି କୁହାଯାଉଛି। ବର୍ତ୍ତମାନ ସେ ଟିମ୍‌ ଇଣ୍ଡିଆର ଜଣେ ପ୍ରମୁଖ ଖେଳାଳି ହୋଇସାରିଛନ୍ତି। ତାଙ୍କ ବ୍ୟାଟିଂରେ ସେ ପ୍ରତିପକ୍ଷ ଦଳକୁ ପାଣି ପିଆଇବାର ଦକ୍ଷତା ମଧ୍ୟ ରଖିଛନ୍ତି।

Comment