ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ସବୁଠାରୁ ବଡ଼ ସ୍ୱେଚ୍ଛାସେବୀ ସଂଗଠନର ମାନ୍ୟତା ପାଇଥିବା ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସ୍ଏସ୍) ମଙ୍ଗଳବାର ନିଜର ପ୍ରତିଷ୍ଠା ଦିବସ ପାଳନ କରୁଛି। ୧୯୨୫ ମସିହା ସେପ୍ଟେମ୍ବର୨୭ରେ ସ୍ଥାପିତ ହୋଇଥିବା ଏହି ସଂଘ ଆଜି ନିଜର ୯୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି।

କେଶବ ବଳିରାମ ହେଡଗେବାରଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି ସ୍ୱେଚ୍ଛାସେବୀ ସଂଗଠନ ସାମାଜିକ ସେବା ସହ ଭାରତୀୟ ରାଜନୀତିରେ ମଧ୍ୟ ନିଜର ପ୍ରଭାବ ବିସ୍ତାର କରିଛି। ବର୍ତ୍ତମାନ ସରକାରରେ ଥିବା ବିଜେପି ସରକାରର ବହୁ ବରିଷ୍ଠ ନେତା ମନ୍ତ୍ରୀ ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନରୁ ଆସିଛନ୍ତି। ମୁଖ୍ୟତଃ ହିନ୍ଦୁତ୍ୱ ଚିନ୍ତାଧାରାରେ ଏହି ସ୍ୱେଚ୍ଛାସେବୀ ସଂଗଠନ ବିଶ୍ୱାସ ରଖିଥାଏ। ଏହାସହ ବର୍ତ୍ତମାନର ସରକାର ଉପରେ ରାଷ୍ଟ୍ରୀୟ ସେଚ୍ଛାସେବୀ ସଂଗଠନର ବହୁ ପ୍ରଭାବ ରହିଛି।

ବିଶ୍ୱର ପ୍ରାୟ ୪୦ଟି ଦେଶରେ ନିଜର ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ରିୟ ଅଛି। ଏହାସହ ଦେଶରେ ବର୍ତ୍ତମାନ ସଂଘର ୫୬ହଜାରରୁ ଅଧିକ ଶାଖା କାର୍ଯ୍ୟ କରୁଛି। ସେହିପରି ଆରଏସଏସର ଦେଶ ମଧ୍ୟରେ ପ୍ରତିଟି ଗାଁ ଓ ପଞ୍ଚାୟତରେ ଶାଖା ରହିଥିବା ଦେଖିବାକୁ ମିଳିଥାଏ।

ସଂଘର ପ୍ରଥମ ସରସଂଘଚାଳକ (ମୁଖ୍ୟ) ହେଡଗେବାର ମାତ୍ର ୧୭ଜଣ ଲୋକଙ୍କୁ ନେଇ ୧୯୨୫ରେ ଏହି ସଂଘ ଆରମ୍ଭ କରିଥିଲେ। ସେ ସମୟରେ ସଂଘର କୌଣସି ନିର୍ଦ୍ଧିଷ୍ଟ ନାଁ ରଖାଯାଇନଥିଲା। ୧୯୨୬ ମସିହାରେ ସଂଘର କର୍ମକର୍ତ୍ତାଙ୍କ ଇଚ୍ଛା ଅନୁସାରେ ସଂଘର ନାଁ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ରଖାଯାଇଥିଲା।

ବର୍ତ୍ତମାନ ସଂଘର  ମୁଖ୍ୟ ଅଛନ୍ତି ମୋହନ ଭାଗବତ।

Comment