ଓଡ଼ିଶାଲାଇଭ୍ ବ୍ୟୁରୋ

“ଆରଏସ୍ଏସ୍ ହେଉଛି ଭାରତର ଗୋଟିଏ ଆତଙ୍କବାଦୀ ସଙ୍ଗଠନ। ଏହାକୁ ଖୁବଶୀଘ୍ର ବ୍ୟାନ୍ କରାଯିବା ଉଚିତ୍। ଯେଉଁ ସଙ୍ଗଠନ ପାଖରେ ବେଆଇନ୍ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ରହିଛି ତାକୁ ଆତଙ୍କବାଦୀ ସଙ୍ଗଠନ ନୁହେଁ ତ ଆଉ କ’ଣ କୁହାଯିବ”, ସମ୍ବିଧାନର ପ୍ରତିଷ୍ଠାତା କୁହାଯାଉଥିବା ବି ଆର୍ ଆମ୍ବେଦକରଙ୍କ ନାତି ରାଜାରତ୍ନ ଆମ୍ବେଦକର ଏଭଳି କହି ଆରଏସ୍ଏସକୁ ଟାର୍ଗେଟ୍ କରିଛନ୍ତି।

ରାଜାରତ୍ନ ଆମ୍ବେଦକର ଗୋଟିଏ ଜନସଭାକୁ ଉଦବୋଧନ୍ ଦେଉଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ତାଙ୍କ ପାଖରେ ଆରଏସ୍ଏସକୁ ଗୋଟିଏ ଆତଙ୍କବାଦୀ ସଙ୍ଗଠନ ପ୍ରମାଣିତ କରିବାକୁ ଯଥେଷ୍ଟ ପ୍ରମାଣ ରହିଛି।ଏଥିସହିତ ସେ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଇଙ୍ଗିତ କରି ସେ କହିଥିଲେ, “ବିଜେପିର ଏମିତି ଜଣେ ସାଂସଦ ଅଛନ୍ତି ଯେ କହୁଛନ୍ତି ଯେତେବେଳେ ଦେଶର ସୈନ୍ୟ ପାଖରୁ ଗୋଳାବାରୁଦ ଶେଷ ହୋଇଗଲା ସେତେବେଳେ ଆରଏସ୍ଏସ୍ ହିଁ ସୈନ୍ୟକୁ ଗୋଳାବାରୁଦ୍ ଯୋଗାଇଥିଲା। ଏହାର ଅର୍ଥ କଣ? ଯେଉଁ ସଙ୍ଗଠନ ପାଖରେ ଏତେ ପରିମାଣର ଗୋଳାବାରୁଦ ରହିଛି ତାକୁ ଆତଙ୍କବାଦୀ ସଙ୍ଗଠନ ହିଁ କୁହାଯିବ।”

ଏଥିସହିତ ସେ ଆହୁରି କହିଥିଲେ ଯେ ଯେଉଁ ଘରୁ ଗୋଳାବାରୁଦ ଧରାପଡ଼ିବ ସେ ଘରକୁ ଆତଙ୍କବାଦୀଙ୍କ ଘର କୁହାଯାଉଛି। ତେବେ ଆରଏସ୍ଏସ୍ ପାଖରେ ଯଦି ଏତେ ଗୋଳାବାରୁଦ ରହିଛି ତେବେ ସେ ମଧ୍ୟ ଆତଙ୍କବାଦୀ ସଙ୍ଗଠନ ହେଲା ବୋଲି ସେ କହିଥିଲେ।

Comment