ଓଡ଼ିଶାଲାଇଭ୍ ବ୍ୟୁରୋ

ରାମ ମନ୍ଦିର ନିର୍ମାଣ ମାମଲା ଉପରେ ଆସିବାକୁ ଥିବା ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତ ଦେଶବାସୀ ଭଲ ମନରେ ଗ୍ରହଣ କରିବାକୁ କହିଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସ୍ଏସ୍)। ମଙ୍ଗଳବାର ସଂଘର ବୈଠକରେ ଏନେଇ ଆଲୋଚନା ହୋଇଛି।

ରାମ ମନ୍ଦିର ଓ ବାବ୍ରି ମସଜିଦ୍ ଉପରେ ୪୦ ଦିନର ଲଗାତାର ଶୁଣାଣି ପରେ ସୁପ୍ରିମକୋର୍ଟ ତାଙ୍କର ରାୟକୁ ସଂରକ୍ଷିତ ରଖିଦେଇଛନ୍ତି। ଆସନ୍ତା ନଭେମ୍ବର ମାସରେ ଏହା ଘୋଷଣା ହେବ ବୋଲି ସୂଚନା ମିଳୁଛି।

ତେବେ ସୁପ୍ରିମକୋର୍ଟଙ୍କ ରାୟ ଯାହା ହେଉ ନା କାହିଁକି, ତାକୁ ସମସ୍ତ ଦେଶବାସୀ ଗ୍ରହଣ କରିବା ସହ ଏହାକୁ ସ୍ୱାଗତ କରିବା ଉଚିତ୍ ବୋଲି ଆରଏସଏସ୍ କହିଛି।

ଦିଲ୍ଲୀରେ ଆଜି ଏ ନେଇ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏଥିରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଓ ଭୈୟାଜୀ ଜୋଶୀ ମଧ୍ୟ ଉପସ୍ଥିତ ଥିଲେ।

Comment