ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଫିଲ୍ମ ମଣିକର୍ଣ୍ଣିକାରୁ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ଏବେ ସେ ପ୍ରଡକ୍ସନରେ ବି ଡେବ୍ୟୁ କରିବାକୁ ଯାଉଛନ୍ତି। କଙ୍ଗନା ମଣିକର୍ଣ୍ଣିକା ନାଁରେ ଏକ ପ୍ରଡକ୍ସନ ହାଉସ ଖୋଲିଛନ୍ତି।

ରାମ ମନ୍ଦିର ଉପରେ ଆଧାରିତ ଏକ ଫିଲ୍ମ ସେ ପ୍ରଡ୍ୟୁସ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ନାଁ ରହିଛି ଅପରାଜିତ ଅଯୋଧ୍ୟା। କଙ୍ଗନାଙ୍କ ପ୍ରଡକ୍ସନ ହାଉସର ଏହା ହେଉଛି ପ୍ରଥମ ଫିଲ୍ମ।

ଆଗାମୀ ବର୍ଷରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ। ଫିଲ୍ମର କାହାଣୀ ବାହୁବଳୀ ସିରିଜର ଲେଖକ କେବି ବିଜେନ୍ଦ୍ର ପ୍ରସାଦ ଲେଖୁଛନ୍ତି।

‘‘ଶହ ଶହ ବର୍ଷର ଚର୍ଚ୍ଚିତ ବିଷୟ ହେଉଛି ରାମ ମନ୍ଦିର। ୮୦ ଦଶକରେ ଜନ୍ମ ହେବା ପରେ ମୁଁ ଅଯୋଧ୍ୟା ବିଷୟରେ କେବଳ ନେଗେଟିଭ୍‌ କଥା ଶୁଣି ହିଁ ବଡ଼ ହୋଇଛି। ଏହି ମାମଲା ଭାରତୀୟ ରାଜନୀତିର ଚେହେରା ବଦଳାଇ ଦେଇଥିଲା ଏବଂ ଏହାର ନିଷ୍କର୍ସ  ଭାରତରେ ଲାଗିରହିଥିବା ବହୁବର୍ଷ ବିବାଦକୁ ସମାପ୍ତ କରିଛି’’, କହିଛନ୍ତି କଙ୍ଗନା।

Comment