ଓଡ଼ିଶାଲାଇଭ୍ ବ୍ୟୁରୋ

ପୌଷ ମାସ ଦ୍ୱାଦଶୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ସ୍ଥାନରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ ହେବ। ଏହି ଭବ୍ୟ ସମାରୋହରେ ସାମିଲ ହେବା ଲାଗି ମଙ୍ଗଳବାର ଦିନ ଅଯୋଧ୍ୟାରୁ ଶ୍ରୀକ୍ଷେତ୍ରକୁ ଆସିଛି ନିମନ୍ତ୍ରଣ।

ନିମନ୍ତ୍ରଣ ସହିତ ବଡ଼ଠାକୁରଙ୍କ ପାଖକୁ ଆସିଛି ଗୁଆ, ନଡ଼ିଆ, ପାନ, ପଇତା ଏବଂ ବସ୍ତ୍ର। ଆସନ୍ତା ଜାନୁଆରି ୨୨ ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବା ଲାଗି ମଠ ମହନ୍ତ ଓ ସେବାୟତଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ସମସ୍ତ ମଠର ମହନ୍ତମାନଙ୍କୁ ଏହି ସମାରୋହରେ ସାମିଲ ହେବା ଲାଗି ନିମନ୍ତ୍ରଣ କରାଯାଇଛି।

ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ଲାଗି ସୁଯୋଗ ମିଳିଥିବାରୁ ମଠ ମହନ୍ତ ଏବଂ ସେବାୟତଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

Tags: #ShriRamlalaPranaPratisthaUtsav #Ayodhya #PuriShriMandir #Invitation #ShriJagannath

Comment