ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମାତ୍ର ୧ ମାସ ମଧ୍ୟରେ ୧୫୧୧ କୋଟି ଟଙ୍କା ଦାନ ସୂତ୍ରରେ ମିଳିଛି। ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ରାମ ମନ୍ଦିର ନିର୍ମାଣ ପାଇଁ ଟଙ୍କା ଦାନ କରିଛନ୍ତି। ଏନେଇ ଶ୍ରୀମନ୍ଦିର ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ଟ୍ରଷ୍ଟର ଜଣେ ସଦସ୍ୟ ସୂଚନା ଦେଇଛନ୍ତି।

ମନ୍ଦିର ନିର୍ମାଣ ପାଇଁ ଦାନ ସକାଶେ ଲୋକଙ୍କୁ ପ୍ରୋତ୍ସାହିତ କରିବା ଲାଗି ଗତ ମାସ ମକର ସଂକ୍ରାନ୍ତଠାରୁ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଏକ ଅଭିଯାନ ଆରମ୍ଭ କରାଯାଇଥିଲା। ସଙ୍ଗଠନର ସଦସ୍ୟମାନେ ଦେଶର କୋଣ ଅନୁକୋଣରେ ବୁଲି ଟଙ୍କା ଆଦାୟ କରିଥିଲେ।

୩୦ ଦିନରୁ କମ୍‌ ସମୟ ମଧ୍ୟରେ ୧୫୧୧କୋଟିରୁ ଅଧିକ ଟଙ୍କା ଯୋଗାଡ଼ ହୋଇପାରିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ୩ଟି ବ୍ୟାଙ୍କ ଆକାଉଣ୍ଟରେ ଏହି ଅର୍ଥ ଜମା କରାଯାଇଛି।

Comment