ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ରାମ ନବମୀ। ଏହି ପବିତ୍ର ଦିନ ଉପରେ କରୋନା ଗ୍ରହଣ ଲଗାଇଛି। ରାମନବମୀ ଭଳି ଦିନରେ ରାମନଗରୀ ଅଯୋଧ୍ୟା ଖାଁ ଖାଁ ହୋଇପଡ଼ିଛି। ନା ମନ୍ଦିରରେ ସେ କୋଳାହଳମୟ ପରିବେଶ ଅଛି ନା ଅଛନ୍ତି ଭକ୍ତ। କେବଳ କରୋନା କଟକଣାରେ ବହୁ ନିରାଡମ୍ବର ଭାବରେ ନୀତିକାନ୍ତି ଅନୁଷ୍ଠିତ ହେଉଛି।

୨୦୨୦ ରେ ମଧ୍ୟ କରୋନା ଯୋଗୁଁ ଅଯୋଧ୍ୟାରେ ରାମନବମୀ ଧୁମଧାମରେ ପାଳିତ ହୋଇନଥିଲା। ରାମନଗରୀ ଅଯୋଧ୍ୟା ଜନଶୂନ୍ୟ ଥିଲା। ଏ ବର୍ଷ ମଧ୍ୟ ସେ ସେହି ସମାନ ପରିସ୍ଥିତି ଦେଖିବାକୁ ମିଳିଛି।

ଅଯୋଧ୍ୟାରେ ପ୍ରତିବର୍ଷ ଧୁମଧାମରେ ରାମ ନବମୀ ପାଳନ କରାଯାଏ। କିନ୍ତୁ କରୋନା ମହାମାରୀ ଯୋଗୁଁ ଲଗାତର ୨ ବର୍ଷ ହେଲା ଏହି ଉତ୍ସବ ଫିକା ଫଡ଼ିଛି। ଚଳିତ ବର୍ଷ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଉତ୍ତରପ୍ରଦେଶର ସ୍ଥିତି ସଙ୍ଗୀନ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରାମ ନବମୀ ଉତ୍ସବରେ ଉପରେ ରୋକ ଲଗାଯାଇଛି। ଘରେ ରହି ପ୍ରଭୁ ଶ୍ରୀ ପୁରୁଷୋତ୍ତମଙ୍କ ପୂଜା ଅର୍ଚ୍ଚନା କରିବାକୁ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି। ତେବେ କେବଳ ଅଯୋଧ୍ୟାରେ ନୁହେଁ ଦେଶବ୍ୟାପୀ ବିଭିନ୍ନ ରାମ ମନ୍ଦିରରେ ମଧ୍ୟ ପୂଜା ଅର୍ଚ୍ଚନା ଉପରେ କଟକଣା ଲଗାଯାଇଛି।

Comment