ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ମନ୍ଦିର ଗର୍ଭଗୃହରେ ସ୍ଥାପିତ ହୋଇଛି ରାମଲାଲା ବିଗ୍ରହ। ଗର୍ଭଗୃହ ଭିତରୁ ଆସିଛି ଶ୍ରୀରାମଲାଲାଙ୍କ ପ୍ରଥମ ଫଟୋ। ପରମ୍ପରା ଅନୁସାରେ ପ୍ରାଣ ପ୍ରତିଷ୍ଠା ହୋଇନଥିବାରୁ ଭଗବାନଙ୍କ ଆଖିରେ ବର୍ତ୍ତମାନ ପଟି ବନ୍ଧା ଯାଇଛି।

ଜାନୁଆରି ୨୨ ତାରିଖରେ ଶ୍ରୀରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ସେହି ସମୟରେ ଏହି ପଟି ଖୋଲାଯିବ। ଜାନୁଆରି ୨୩ ତାରିଖଠାରୁ ରାମଲାଲାଙ୍କୁ ଦର୍ଶନ କରିପାରିବେ ସାଧାରଣ ଭକ୍ତ।

ଗୁରୁବାର ଦିନ ଅଯୋଧ୍ୟାରେ ନବ ନିର୍ମିତ ଭବ୍ୟ ମନ୍ଦିରର ଗର୍ଭ ଗୃହରେ ଶ୍ରୀରାମଲାଲାଙ୍କ ବିଗ୍ରହ ସ୍ଥାପନ କରାଯାଇଛି। ବିଗ୍ରହ ସ୍ଥାପନା କରିବା ପାଇଁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

ବିଶିଷ୍ଟ ସ୍ଥପତି ଅରୁଣ ଯୋଗୀରାଜ ୫୧ ଇଞ୍ଚର ଶ୍ରୀରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଛନ୍ତି। ବୁଧବାର ଦିନ ବିଗ୍ରହକୁ ମନ୍ଦିର ଅଣାଯାଇଥିବାବେଳେ ଗୁରୁବାର ଦିନ ଏହାକୁ ସ୍ଥାପନା କରାଯାଇଛି।

Tags: #AyodhyaSriRamTemple #Ramlala #FirstPictureofRamlala

Comment