ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଅଯୋଧ୍ୟାରେ ଆଜି ଭୂମି ପୂଜା କରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାମ ମନ୍ଦିର ପାଇଁ ସାରାଦେଶରେ ରହିଛି ଉତ୍ସବର ମାହୋଲ। ତେବେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିରର ରୂପରେଖ କ’ଣ ରହିବ ଜାଣିବା ପାଇଁ ସମସ୍ତେ ଉତ୍ସାହିତ।

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ୩ ମହଲା ବିଶିଷ୍ଟ ହେବ ବୋଲି ଜଣାପଡ଼ିଛି। ରାମ ମନ୍ଦିରର ଲମ୍ବ ୨୨୮ ଫୁଟ୍‌, ଓସାର ୨୪୦ ଫୁଟ୍‌  ଓ ଉଚ୍ଚତା ୧୬୧ ଫୁଟ୍‌ ରହିବ।

ଏହି ମନ୍ଦିର ଉତ୍ତର ଭାରତର ନଗାଡ଼ି ଶୈଳୀରେ ନିର୍ମାଣ ହେବ। ପ୍ରାୟ ସାଢ଼େ ୩ ବର୍ଷ ଭିତରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

୩ ମହଲା ବିଶିଷ୍ଟ ଏହି ମନ୍ଦିରରେ ମୋଟି ୩୧୮ଟି ସ୍ତମ୍ଭ ରହିବ। ପ୍ରତି ସ୍ତମ୍ଭରେ ବିଭିନ୍ନ ଦେବା ଦେବୀଙ୍କୁ ମୂର୍ତ୍ତି ଖୋଦିତ ହେବ।

ତଳ ମହଲାରେ ଭଗବାନ ରାମଙ୍କ ଆସ୍ଥାନ ରହିବ। ପ୍ରଥମ ମହଲାରେ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ରହିବ। ରାମଙ୍କ ପ୍ରତିମୂର୍ତ୍ତି ସହିତ ଲକ୍ଷ୍ମଣ, ଦେବୀ ସୀତା ଓ ହନୁମାନଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିବ।

ଭକ୍ତଙ୍କ ଦର୍ଶନ ପାଇଁ ୩ ମଣ୍ଡପ କରାଯିବ। ସେହିପରି ଦ୍ୱିତୀୟ ମହଲକୁ ପ୍ରବେଶ ନିଷେଧ ରହିବ। ଦିନକୁ ଯେପରି ୮୦ ହଜାରରୁ ଅଧିକ ଭକ୍ତ ଦର୍ଶନ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯିବ।

ଏଥସହ ମନ୍ଦିର ଚାରିପଟରେ ଆଉ ୪ ଟି ତଥା ଭରତ, ସୀତା, ଲକ୍ଷ୍ମଣ ଓ ଗଣେଶଙ୍କ ମନ୍ଦିର ସ୍ଥାପନ କରାଯିବ। ମନ୍ଦିରରେ ମୋଟ ୨୪ଟି ପ୍ରବେଶ ପଥ ରହିବ। ମନ୍ଦିର ଚାରିପଟେ ପରିକ୍ରମା ଲାଗି ପ୍ରାଙ୍ଗଣ ରହିବ। ମନ୍ଦିର ପରିସରରେ ଲାଇବ୍ରେରୀ ଓ ଯଜ୍ଞଶାଳା ରହିବ।

Comment