ଓଡ଼ିଶାଲାଇଭ୍‌ ବ୍ୟୁରୋ

ହଳଦିଆ ରଙ୍ଗର କୁର୍ତ୍ତା ସାଙ୍ଗକୁ ଧଳା ରଙ୍ଗର ଧୋତି ପିନ୍ଧି ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଉ କିଛି ସମୟ ପରେ ଅଯୋଧ୍ୟାରେ ପହଞ୍ଚିବେ ମୋଦୀ। ରାମନଗରୀ ଅଯୋଧ୍ୟାରେ କରିବେ ଭୂମି ପୂଜା। ଏଥିପାଇଁ ଅଯୋଧ୍ୟାରେ ସୃଷ୍ଟି ହୋଇଛି ଏକ ଭକ୍ତିମୟ ପରିବେଶ। ସମସ୍ତ ମୁହଁରେ ଶୁଣିବାକୁ ମିଳୁଛି ରାମ ନାମ।

ଭୂମି ପୂଜା ପୂର୍ବରୁ ମଧ୍ୟ ଅନ୍ୟ କେତେକ ରୀତିନୀତି ଆରମ୍ଭ ହୋଇଛି। ମୁହଁରେ ମାସ୍କ ବାନ୍ଧି, ପୂରା କଟକଣା ଭିତରେ ଭୂମି ପୂଜା ସ୍ଥଳରେ ପୂଜା ଅର୍ଚ୍ଚନା ଚାଲିଛି।

ମଧ୍ୟାହ୍ନ ୧୨ଟା ୩୦ରେ ହେବ ଭୂମି ପୂଜା। ଶିଳାନ୍ୟାସ ପାଇଁ ମାତ୍ର ୩୨ ସେକେଣ୍ଡର ଶୁଭ ମୁହୁର୍ତ୍ତ ବାହାରିଛି। ୧୩୫ ସାଧୁସନ୍ଥଙ୍କୁ ମିଶାଇ ଆମନ୍ତ୍ରିତ ହୋଇଛନ୍ତି ୧୭୫ ଅତିଥି।

Comment