ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ମଜୀବୀ ମହିଳାଙ୍କୁ ଅଫିସ ସହିତ ଘରର ଦାୟିତ୍ୱ ତୁଲାଇବାକୁ ପଡ଼ିଥାଏ। ତେବେ ଗର୍ଭାବସ୍ଥା ସମୟରେ ଏସବୁ ସହ ନିଜର ମଧ୍ୟ ଯତ୍ନ ନେବା ଜରୁରୀ। ଜାଣନ୍ତୁ କର୍ମଜୀବୀ ଗର୍ଭବତୀ ମହିଳାଙ୍କ ପାଇଁ ଟିପ୍ସ।

 

-କାର ଚଳାଉଥିଲେ ପ୍ରଥମ ଦୁଇମାସ ତ କିଛି ସମସ୍ୟା ହୋଇନଥାଏ। ତେବେ ତୃତୀୟ ମାସଠାରୁ ସିଟ ବେଲଟ ପିନ୍ଧିବାରେ ସମସ୍ୟା ହୁଏ। ଏହାଛଡ଼ା ଅଚାନକ ହେବାକୁ ଥିବା ମେଡିକାଲ ସମସ୍ୟା ଲାଗି ଡ୍ରାଇଭର ରଖିବା ଜରୁରୀ। ନହେଲେ କ୍ୟାବ ମାଧ୍ୟମରେ ଯିବାଆସିବା କରନ୍ତୁ।

-ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରୁଥିଲେ ଗହଳି ସମୟକୁ ଏଡ଼ାଇ ଯାଆନ୍ତୁ। ଯେପରିକି ଅଫିସ ସମୟର ଅଧ ଘଣ୍ଟା ପୂର୍ବରୁ ବାହାରିଲେ ଆପଣଙ୍କୁ ଆଉ ରାସ୍ତାରେ ଭିଡର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ପୁଣି ତରବର ହୋଇ ଚାଲିବାର ଭୟ ବି ନଥିବ।

pregnant lady tiffin

 

-ଘରୁ ବାହାରିବା ସମୟରେ କିମ୍ବା ଘରକୁ ଫେରିବା ପରେ ଚା’, କଫି ପିଅନ୍ତୁ ନାହିଁ। ଏହାଦ୍ୱାରା ବାରମ୍ବାର ଟଏଲେଟ ଯିବାକୁ ପଡ଼ିବ। ଯଦି ଘରଠାରୁ ଅଫିସ ଘଣ୍ଟାଏରୁ ଅଧିକ ରାସ୍ତା ହୋଇଥାଏ ତା’ ହେଲେ ଘରୁ ବାହାରିବା ସମୟରେ କିମ୍ବା ଅଫିସରୁ ବାହାରିବା ସମୟର କିଛି ପୂର୍ବରୁ ପାଣି ପିଇବା କମ କରିଦିଅନ୍ତୁ। ତେବେ ନିଜ ପାଖରେ ପାଣି ବୋତଲ ରଖିବାକୁ ଭୁଲନ୍ତୁ ନାହିଁ।

-ଅଫିସ ଯିବା ସମୟରେ ପାଖରେ ଛୋଟ ଛୋଟ ଡବାରେ ଫଳ ଏବଂ ଡ୍ରାଏଫ୍ରୁଟ ରଖନ୍ତୁ। ଫ୍ରୁଟ ଜୁସ ବି ରଖିପାରିବେ। ଦୁର୍ବଳ ଲାଗିଲେ କିମ୍ବା ଥକ୍କାପଣ ଅନୁଭବ ହେଲେ ତାକୁ ଖାଇପାରିବେ।

-କେବେହେଲେ ଖାଲି ପେଟରେ ବାହାରନ୍ତୁ ନାହିଁ। ଯେତେ ବ୍ୟସ୍ତ ଥିଲେ ମଧ୍ୟ ଠିକ ସମୟରେ ଖାଦ୍ୟ ଖାଆନ୍ତୁ। ନ ହେଲେ ପିଲା ଦୁର୍ବଳ ହୋଇଯିବ।

pregnant lady sitting position

-ତୃତୀୟ ମାସ ଠାରୁ ନିଜର ଚେୟାର ବଦଳାନ୍ତୁ। ଅଧିକ ସମୟ ଧରି ବସିରହିବାକୁ ଥିଲେ ପାଦକୁ ଝୁଲାଇ ରଖନ୍ତୁ ନାହିଁ। ପାଦ ତଳେ ଗୋଟିଏ ଛୋଟ ଷ୍ଟୁଲ ରଖନ୍ତୁ ।

-ସମୟ କମ ଥିଲେ ବି ଡାକ୍ତରଙ୍କ ପାଖକୁ ଯିବାକୁ ଅବହେଳା କରନ୍ତୁ ନାହିଁ। ଅଚାନକ ବାନ୍ତି, ମୁଣ୍ଡ ବୁଲାଇବା ଇତ୍ୟାଦି ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

-ଅଫିସରେ ଦୀର୍ଘ ସମୟ ବସି କାମ କରିବାକୁ ଥିଲେ ମଝିରେ ମଝିରେ ଉଠି ଏପଟସେପଟ ହୁଅନ୍ତୁ। ଏହାଦ୍ୱାରା ମାଂସପେଶୀର ବ୍ୟାୟାମ ହେବ। ତେଣୁ ପାଦରେ ରକ୍ତ ଜମାଟ ବାନ୍ଧିବା କିମ୍ବା ପାଦ ଫୁଲିବା ସମସ୍ୟା କମ ହେବ।

-ଅଧିକ ସମୟ ପର୍ଯ୍ୟନ୍ତ କାନ୍ଧରେ ଲାପଟପକୁ ଝୁଲାନ୍ତୁ ନାହିଁ। ଏହାଦ୍ୱାରା ଥକ୍କାପଣ ବଢିଯିବ।

Comment