ଓଡ଼ିଶାଲାଇଭ୍ ବ୍ୟୁରୋ

ମେଡିସିନ୍ ଏବଂ ପଦାର୍ଥ ବିଜ୍ଞାନ ପରେ ଏବେ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରସାୟନ ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷ ୩ଜଣ ବୈଜ୍ଞାନିକଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ଦିଆଯିବ।
ନୋବେଲ ପୁରସ୍କାର ପାଇଁ ଘୋଷଣା ହୋଇଥିବା ଏହି ତିନି ବୈଜ୍ଞାନିକ ହେଲେ ଆମେରିକାର ପ୍ରଫେସର ଜନ୍ ବି ଗୁଡ୍ଏନଫ୍, ଆମେରିକା-ବ୍ରିଟିଶ୍ କେମିଷ୍ଟ ଏମ୍ ଷ୍ଟେନଲୀ ୱିଟିଙ୍ଗ୍ହାମ୍ ଏବଂ ଜାପନର କେମିଷ୍ଟ ଅକିରା ୟୋଶିନୋ। ଏମାନଙ୍କୁ ଲିଥିୟମ ଆୟନ ବ୍ୟାଟେରୀର ବିକାଶ ପାଇଁ ନୋବେଲ ପୁରସ୍କାର ଦିଆଯାଇଛି।
The 2019 #NobelPrize in Chemistry has been awarded to John B. Goodenough, M. Stanley Whittingham and Akira Yoshino “for the development of lithium-ion batteries.” pic.twitter.com/LUKTeFhUbg
— The Nobel Prize (@NobelPrize) October 9, 2019
ମଙ୍ଗଳବାର ଭୌତିକ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା। ଭୌତିକ ବିଜ୍ଞାନ କ୍ଷେତ୍ରରେ ଜେମସ୍ ପେବଲ୍ସ, ମାଇକେଲ୍ ମେୟର ଓ ଡ୍ୱିଡେର କ୍ୱେଲେଜଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଏହା ପୂର୍ବରୁ ମେଡିସିନ୍ ପାଇଁ ମଧ୍ୟ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା।
















