ଓଡ଼ିଶାଲାଇଭ ବ୍ୟୁରୋ
sanjay

ଯୁବକଙ୍କ ଘରୁ ଜବତ ହେଲା ୫ କେଜି ଗଞ୍ଜେଇ। ଏଭଳି ଘଟଣା କେନ୍ଦ୍ରାପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି। ଗୁରୁବାର କଟକ ଅବକାରୀ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ଖବର ପାଇ ପଟ୍ଟାମୁଣ୍ଡାଇ ଥାନା ବୋଧଗାଁର ସଞ୍ଜୟ ରାଉତଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ୫ କେଜି ୧୦୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଛି।

ପଟ୍ଟାମୁଣ୍ଡାଇ ସହରର ଭୋଳି ବାବାଜୀ ମଠରୁ କେହି ଜଣେ ବ୍ୟକ୍ତି ଦୀର୍ଘଦିନ ହେଲା ସଞ୍ଜୟଙ୍କୁ ଏହି ଚୋରା ଗଞ୍ଜେଇ ଯୋଗାଇ ଦେଉଥିବା ସେ ଅବକାରୀ ଗୁଇନ୍ଦା ଦଳ ନିକଟରେ ପ୍ରକାଶ କରିଛନ୍ତି। ତେବେ ଏହି ମଠରୁ ଆଉ କେତେ ଲୋକଙ୍କ ପାଖକୁ ଗଞ୍ଜେଇ ଚାଲାଣ କରାଯାଉଛି ତାକୁ ନେଇ ଗୁଇନ୍ଦା ବିଭାଗ ତଦନ୍ତ ଆରମ୍ଭ କରିଛି।

ଗିରଫ ସଞ୍ଜୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସଞ୍ଜୟ ବିରୋଧରେ ଏନପିଏସ୍‌ ଆକ୍ଟର ୨୦(ବି)(ii)(ବି) ଦଫାରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଜାମିନ ନାମଞ୍ଜୁର ହେବାରୁ ସଞ୍ଜଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ନିକଟରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ଦଳ କେନ୍ଦ୍ରାପଡ଼ା ସହରରୁ ବ୍ରାଉନ ସୁଗାର ଜବତ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ମାଦକ ଦ୍ରବ୍ୟର ଚୋରା କାରବାରର ଏକ ନିରାପଦ ସ୍ଥାନ ପାଲଟି ଥିବାରୁ ଯୁବ ପିଢ଼ିମାନେ ଏହି ନିଶା ସେବନ କରି ଅପରାଧ ଘଟାଇ ଚାଲିଛନ୍ତି। ଯାହା ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Comment