ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାରଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ପ୍ରଥମ ଟେଷ୍ଟରେ ବିଜୟୀ ହେବାପରେ ଭାରତୀୟ ଦଳ ଏହି ଟେଷ୍ଟ ମ୍ୟାଚ୍ ଜିତି ସିରିଜ୍ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛି।

ପୁଣେରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏନ୍ ଷ୍ଚାଡିୟମରେ ଏହି ମ୍ୟାଚ୍ ଟି ଖେଳାଯାଉଛି। ତେବେ ଭାରତୀୟ ଦଳରେ ଗୋଟିଏ ପରିବର୍ତନ ସହ ଦଳ ପଡ଼ିଆକୁ ଓହ୍ଲାଇଛି। ଭାରତୀୟ ଅଧିନାୟକ ଏକ ଶକ୍ତିଶାଳୀ ପେସ୍ ବୋଲିଂ ଲାଇନ୍ ଅପ ସହ ମଇଦାନକୁ ଓହ୍ଲାଇଛନ୍ତି। ଦଳରେ ହନୁମା ବିହାରୀଙ୍କ ସ୍ଥାନରେ ପେସ ବୋଲ ଉମେଶ ଯାଦବଙ୍କୁ ସ୍ଥାନ ମିଳିଛି।

ଭାରତ ଏହି ମ୍ୟାଚରେ ବିଜୟୀ ହେବା ସହ ତିନି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଛି। ଭାରତ ପୂର୍ବରୁ ପ୍ରଥମ ଟେଷ୍ଟରେ ବିଜୟୀ ହୋଇ ସିରିଜରେ ୧-୦ ଆଗୁଆ ଅଛି।

Comment