ଓଡ଼ିଶାଲାଇଭ ବ୍ୟୁରୋ

କାଲି ବୟଫ୍ରେଣ୍ଡକୁ ଏନକାଉଣ୍ଟର ଆଜି ଗାର୍ଲଫ୍ରେଣ୍ଡକୁ ଗିରଫ କଲା କମିସନରେଟ ପୋଲିସ। ରବିବାର କଟକ ଚୌଦ୍ଵାରରେ ପୋଲିସ ଏନକାଉଣ୍ଟର ଶିକାର ହୋଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ। ତେବେ ଜିତୁକୁ ଲୁଟ୍‌ରେ ସହଯୋଗ କରୁଥିବା ଅଭିଯୋଗରେ ତା’ର ଗାର୍ଲଫ୍ରେଣ୍ଡ ଓ ତାଙ୍କ ମା’ଙ୍କୁ ଗିରଫ କରିଛି କମିସନରେଟ ପୋଲିସ।

ନିକଟରେ ଗୁରୁଡ଼ିଝାଟିଆ ଅଞ୍ଚଳରେ ଲୁଟ୍‌ ଓ ହତ୍ୟା ହୋଇଥିଲା। ଏଥିରେ ଜିତୁର ସମ୍ପୃକ୍ତି ଥିବା ଅଭିଯୋଗରେ ପୋଲିସ ତାକୁ ଖୋଜୁଥିଲା। ତେବେ ରବିବାର ଜିତୁର ସନ୍ଧାନ ପାଇ ପୋଲିସ ତାକୁ ଧରିବାକୁ ଚେଷ୍ଟା କରୁଥିଲା ବେଳେଜ ଜିତୁ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏଥିରେ ପୋଲିସର ପାଲଟା ଆକ୍ରମଣରେ ଜିତୁ ଆହତ ହୋଇଥିଲା।

ତେବେ ସୋମବାର ଏହି ଘଟଣା ନୂଆ ମୋଡ଼ ନେଇଛି। ଲୁଟ୍‌ରେ ଜିତୁକୁ ସହଯୋଗ କରୁଥିବା ଅଭିଯୋଗରେ ତା ଗାର୍ଲଫ୍ରେଣ୍ଡ ଓ ମା’ଙ୍କୁ ଗିରଫ କରିଛି ପୋଲିସ। ଜିତୁ ନାଁରେ ଅନେକ ଥାନାରେ ଲୁଟ ମାମଲା ରହିଛି। ସେ ଲୁଟ୍‌ କରି ଆଣୁଥିବା ଜିନିଷକୁ ତା ଗାର୍ଲଫ୍ରେଣ୍ଡ ଓ ମା’ ବିକ୍ରି କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି।

Comment