ଓଡ଼ିଶାଲାଇଭ ବ୍ୟୁରୋ

ମେଡିକାଲକୁ ଦଲାଲମୁକ୍ତ କରିବାକୁ ଅଣ୍ଟାଭିଡ଼ିଛି କମିସନରେଟ ପୋଲିସ। ରବିବାର କଟକ ବଡ଼ ମେଡିକାଲରୁ ୫ଜଣ ଦଲାଲଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ।

ଦଲାଲମାନେ କଟକ ବଡ଼ ମେଡିକାଲକୁ ଆସୁଥିବା ରୋଗୀମାନଙ୍କୁ ଉସକେଇକି ଘରୋଇ ମେଡିକାଲରୁ ନେଉଥିବା ଅଭିଯୋଗ ହୋଇଥିଲା। ଏହାପରେ ମଙ୍ଗଳାବାଗ ପୋଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି।

ମେଡିକାଲ ଓ ଆରଟିଓକୁ ଦଲାଲମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସବୁ ଜିଲ୍ଲାର ପୋଲିସ ତତ୍ପର ହୋଇ ପଡ଼ିଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଅଧିକ ଦଲାଲ ଗିରଫ ହୋଇ ସାରିଛନ୍ତି।

Comment