ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ଭାଇରସ୍‌ ପରେ ଏବେ ସ୍ଵାଇନ୍‌ ଫ୍ଲୁ ଭୟ। ଚଳିତବର୍ଷ କଟକ ଏସ୍‌ସିବିରେ ପ୍ରଥମ ସ୍ଵାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ ହୋଇଛି। ଏହି ରୋଗୀ ଜଣକଙ୍କର ଘର ଢେଙ୍କାନାଳ ବୋଲି ଜଣାପଡ଼ିଛି। ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି।

କିଛି ଦିନ ତଳେ ସ୍ୱାଇନ ଫ୍ଳୁ ସନ୍ଦେହରେ ତିନି ଜଣଙ୍କୁ କଟକ ଏସସିବିର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କର ରକ୍ତ ନମୁନା ଭୁବନେଶ୍ୱର RMRCକୁ ପଠାଯାଇଥିଲା। ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ନମୁନା ପଜିଟିଭ୍ ଆସିଛି।

ଆଉ ଦୁଇଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।

Comment