ଓଡ଼ଶାଲାଇଭ୍ ବ୍ୟୁରୋ

କଟକ ଏସସିବିରୁ ଜଣେ କୋରୋନା ସନ୍ଦିଗ୍ଦ ଚମ୍ପଟ ମାରିଛନ୍ତି। ଗୁରୁବାର ଭୁବନେଶ୍ୱର ବିମାନବନ୍ଦରରେ କୋରୋନା ଯାଞ୍ଚ ବେଳେ ଯୁବକ ଜଣକ କୋରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଇଥିଲା। ଏହାପରେ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁବାର ବିଳମ୍ବିତ ରାତିରେ ସେ କୋରୋନା ଆଇସୋଲେସନ ୱାର୍ଡରୁ କେଉଁଆଡ଼େ ଚାଲିଯାଇଥିବା ସୂଚନା ମିଳିଛି।

ଘଟଣାକୁ ନେଇ ଏସସିବି ମେଡିକାଲ କର୍ତ୍ତୃପକ୍ଷ କଟକ ମଙ୍ଗଳାବାଗ ଥାନାରେ ମାମଲା ରୁଜୁ କରିଛନ୍ତି। ପୋଲିସ ଏସସିବି ମେଡିକାଲରେ ପହଞ୍ଚି ସୁରକ୍ଷାକର୍ମୀଙ୍କୁ ପଚରାଉଚରା ଜାରି ରଖିଛି। ସେପଟେ ଏନେଇ ଏସସିବି କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

କୋରୋନାକୁ ନେଇ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟସରକାର ଓଡ଼ିଶାରେ ଯେଭଳି ଏହି ମହାମାରୀ ବ୍ୟାପିବ ନାହିଁ ସେନେଇ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ରାଜ୍ୟ ବାହାରୁ ବା ବିଦେଶରୁ ଆସୁଥିବା ଲୋକଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଞ୍ଚ କରୁଛନ୍ତି। ତେବେ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଭଳି କୋରୋନା ସନ୍ଦିଗ୍ଧ ଆଇସୋଲେସନ ୱାର୍ଡ ବାହାରି ପଳାଇଲେ ସେନେଇ ପ୍ରଶ୍ନ ଉଠୁଛି।

Comment