ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟର ଛଅ ଜଣ ବିଚାରପତିଙ୍କୁ ସ୍ୱାଇନ ଫ୍ଲୁ ହୋଇଛି। ଏହିଭଳି ଏକ ଖବର ଏବେ ଏବେ ଆସୁଛି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ ସୁପ୍ରିମକୋର୍ଟରେ ଏହି ବିଷୟ ଜଣାଇଛନ୍ତି। ଏହି ସୂଚନା ଦେବା ସହ ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସେ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ଧରି ଦିଲ୍ଲୀ ସମେତ ଏନସିଆରରେ H1N1 ସଂକ୍ରମଣର କେତୋଟି ଘଟଣା ସାମ୍ନାକୁ ଆସିଛି। ପରିସ୍ଥିତି ଏଭଳି ହୋଇଛି ଯେ ସର୍ବୋଚ୍ଚ ନ୍ୟାୟାଳର ଛଅ ଜଣ ବିଚାରପତି ଏକାଥରକେ ଫ୍ଲୁରେ ଆକ୍ରାନ୍ତ ହୋଇ ପଡ଼ିଛନ୍ତି।

ଜଷ୍ଟିସ ଚନ୍ଦ୍ରଚୁଡ଼ କହିଛନ୍ତି ଯେ ଏହି ଜରୁରୀକାଳୀନ ସ୍ଥିତିକୁ ସମ୍ଭାଳିବା ପାଇଁ ପଦକ୍ଷେପ ନିଆଯିବ ଦରକାର। ଜଜ୍‌ମାନେ ଅସୁସ୍ଥ ହେବା ପରେ ମାମଲା ଶୁଣାଣିରେ ସମସ୍ୟା ସୃଷ୍ଟି ହୋଇପାରେ। ତେବେ ଏଦିଗରେ ଅନ୍ୟ କିଛି ପଦକ୍ଷେପ ନେବା ପାଇଁ ମଧ୍ୟ ବିଚାରପତିମାନେ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି। ଏଥି ମଧ୍ୟରେ ରହିଛି ସୁପ୍ରିମକୋର୍ଟର ସମସ୍ତ ଓକିଲଙ୍କୁ ସ୍ୱାଇନ ଫ୍ଲୁ ଟିକା ନେବାକୁ କୁହାଯିବ। ଏଣେ ମଙ୍ଗଳବାର ଦିନ ଜଷ୍ଟିସ ସଂଜୀବ ଖାନ୍ନା ମାସ୍କ ପିନ୍ଧି କୋର୍ଟରେ ଶୁଣାଣି କରିବା ଦେଖା ଯାଇଥିଲା।

Comment