ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାରୀ ଉଦ୍ୟମ ଜୋର୍ ଧରିଛି। ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ୧୦ଜଣ ଡାକ୍ତରଙ୍କୁ ନେଇ ସରକାର ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରିଛନ୍ତି। ଏହି ୧୦ ଜଣିଆ ଡାକ୍ତରୀ ଟିମ୍‌ର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ଓ ଖ୍ୟାତି ରହିଛି। ଏମାନଙ୍କ ଅଭିଜ୍ଞତା ଓ ଦିଗ୍‌ଦର୍ଶନକୁ ଆଧାର କରି ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାର ଯୋଜନା କରିଛନ୍ତି। ଡିଏମ୍‌ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କୁ ଉକ୍ତ ଟିମ୍‌ର ଆବାହକ ଭାବେ ନିଯୁକ୍ତ କରାଯାଇଛି।

ଟିମ୍‌ରେ ସାମିଲ ହୋଇଥିବା ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସାମିଲ ଅଛନ୍ତି ପ୍ରଫେସର ଡାକ୍ତର ରମାକାନ୍ତ ପଣ୍ଡା, ପ୍ରଫେସର ଡାକ୍ତର ଦେବୀ ସେଠୀ, ପ୍ରଫେସର ଡାକ୍ତର ଶ୍ରୀନାଥ ରେଡ୍ଡୀ, ପ୍ରଫେସର ଡା. ସୁବ୍ରତ ଆଚାର୍ଯ୍ୟ, ପ୍ରଫେସର ଡାକ୍ତର ମୁକୁଟ ମିଞ୍ଜ୍‌, ପ୍ରଫେସର ଡାକ୍ତର ଦିଗମ୍ବର ବେହେରା, ପ୍ରଫେସର ଡାକ୍ତର ରାଜନ, ପ୍ରଫେସର ଡାକ୍ତର ଜଗତ ନରୁଲା, ପ୍ରଫେସର ଡାକ୍ତର ଜିଏନ୍ ରାଓ ଏବଂ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର।

ସୂଚନାଥାଉକି, ୧୦୦୦ କୋଟି ଟଙ୍କା ବ୍ୟୟରେ ଏସ୍‌ସିବିକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରତିଦିନ ନୂଆ ନୂଆ କାର୍ଯ୍ୟକ୍ରମ ସରକାରୀ ସ୍ତରରେ ହାତକୁ ନିଆଯାଉଛି।

Comment