ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ୍ ମଧ୍ୟରେ ଗଡ଼ିବ ସେବା ସର୍ଭିସ୍ ଏକ୍ସପ୍ରେସ୍। ସେବା ସର୍ଭିସର ଅର୍ଥ ହେଉଛି ଛୋଟ ଛୋଟ ସହର ଓ ଗୁରୁତ୍ୱପୂର୍ଣ୍ଣ ସହର ଭିତରେ ରେଳ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା।
ଆଜି ସନ୍ଧ୍ୟା ୬ଟା ୪୦ରେ ଏହି ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ।
ଟ୍ରେନ୍ ନମ୍ବର ୧୮୪୨୩ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୬ଟା ୪୦ ମିନିଟ୍ରେ ଛାଡ଼ି ନୟାଗଡ଼ ଟାଉନ୍ରେ ରାତି ୮.୪୫ ମିନିଟ୍ରେ ପହଞ୍ଚିବ। ସେହିଭଳି ନୟାଗଡ଼ରୁ ଟ୍ରେନ ନମ୍ବର ୧୮୪୨୪ ସକାଳ ୬ଟା୩୦ରେ ଛାଡିବ ଓ ଭୁବନେଶ୍ୱରରେ ୯ଟାରେ ପହଞ୍ଚିବ। ଟ୍ରେନଟି ଛଅଟି ସ୍ଥାନରେ ଅଟକିବ। ସେଗୁଡ଼ିକ ହେଲା ଭୁବନେଶ୍ୱର ଷ୍ଟେସନ, ଖୋର୍ଦ୍ଧା ରୋଡ଼ ଜକ୍ସନ, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା, ବୋଲଗଡ଼ ରୋଡ୍ ଓ ନୟାଗଡ଼।

















