ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ନର୍ସରୀ ପିଲା ଦେବେ ନାହିଁ ପରୀକ୍ଷା। ଏହାସହ ସେମାନଙ୍କୁ କୌଣସି ହୋମୱାର୍କ ଦିଆଯିବ ନାହିଁ ବୋଲି ନିୟମ ଜାରି କରିଛି ଜାତୀୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)।

ଏନ୍‌ସିଇଆର୍‌ଟିଙ୍କ କହିବା କଥା ହେଲା ଯେ, ପିଲାମାନଙ୍କ ପାଠ ପଢ଼ାର ବୋଝ ଲଦି ଦେଲେ ପିଲାମାନେ ନିଜର ପିଲାଳିଆମୀ ଓ ପିଲାଦିନର ଖେଳରୁ ବଞ୍ଚିତ ହେବେ।

ଏପରିକି ନର୍ସରୀ ପିଲାମାନଙ୍କ କ୍ଷେତ୍ରରେ ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ ନକରିବା ପାଇଁ ମଧ୍ୟ କୁହାଯାଇଛି। ପିଲାମାନେ କିଭଳି ଭାବେ ଅନ୍ୟ ସହ କଥାବାର୍ତ୍ତା କରୁଛନ୍ତି, ତାଙ୍କର ବ୍ୟବହାର କେଉଁ ପ୍ରକାରର ଆଦି ବିଷୟକୁ ନେଇ ତାଙ୍କର ମୂଲ୍ୟାୟନ କରାଯାଉ ବୋଲି ଏନସିଇଆରଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ପିଲାମାନଙ୍କର ସମସ୍ତ ମୂଲ୍ୟାୟନ ସମ୍ବନ୍ଧରେ ତାଙ୍କର ପିତାମାତାମାନଙ୍କୁ ବର୍ଷକୁ ଦୁଇଥର ସୂଚନା ଦେବା ଜରୁରୀ ବୋଲି ଏନସିଇଆରଟି ନିଜ ନିର୍ଦ୍ଦେଶରେ ଉଲ୍ଲେଖ କରିଛି।

ଏହାସହ ନର୍ସରୀ ସ୍କୁଲରେ ପିଲାମାନଙ୍କୁ କୌଣସି ପ୍ରକାର ତାରତମ୍ୟ କରାଯିବନାହିଁ ବୋଲି ଗାଇଡ୍‌ଲାଇନ୍ ରହିଛି। ଏହାସହ ପୁଅ ଝିଅ ଭେଦଭାବ ଦେଖାଉଥିବା କୌଣସି ଗୀତ, କାହାଣୀ ତାଙ୍କୁ ଶିଖାଯିବନାହିଁ ବୋଲି ଏନସିଇଆରଟି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

Comment