ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡାଉନ୍ ସରିବା ପରେ ରୋଲ୍ ନମ୍ବର ଅନୁସାରେ ସ୍କୁଲ୍ ଆସିବେ ପିଲା। ଯେଉଁ ପିଲାଙ୍କ ରୋଲ୍ ନମ୍ବର ଯୁଗ୍ମ ସେମାନେ ଯୁଗ୍ମ ତାରିଖରେ ଏବଂ ଅଯୁଗ୍ମ ରୋଲ୍ ନମ୍ବର ପିଲାମାନେ ଅଯୁଗ୍ମ ତାରିଖରେ ସ୍କୁଲ୍ ଆସିବେ। ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଏନସିଇଆରଟିର ନିର୍ଦ୍ଦେଶକ ହୃଷିକେଶ ସେନାପତି।

ସେ କହିଛନ୍ତି ଯେ, ଖୁବଶୀଘ୍ର ଏନେଇ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇ କେନ୍ଦ୍ର ମାନବ ସମ୍ବଳ ବିଭାଗକୁ ପଠାଯିବ। ସେଠାରୁ ଅନୁମତି ମିଳିବା ପରେ ଏହାକୁ ସାରା ଦେଶରେ ଲାଗୁ କରାଯିବ। ସ୍କୁଲରେ ସାମାଜିକ ଦୂରତା ପାଳନ କରିବା ସହିତ ୫୦ ପ୍ରତିଶତ ପିଲାଙ୍କୁ ନେଇ କାମ କରିବା ପାଇଁ ଏହି ନିୟମ ଆଣିବାକୁ ସେ କହିଛନ୍ତି।ତେବେ ରାଜ୍ୟ ସରକାରମାନେ ମଧ୍ୟ ନିଜର ଆବଶ୍ୟକତା ଅନୁଯାୟୀ ଏଥିରେ ପରିବର୍ତ୍ତନ ଆଣିପାରିବେ। ତେବେ ଲକଡାଉନ୍ ପରେ ସ୍କୁଲ୍ ଖୋଲିଲେ ସାମାଜିକ ଦୂରତା ପାଳନ କରିବା ନିହାତି ଆବଶ୍ୟକ। ଏହାକୁ ଆଧାର କରି ଏହି ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି।

ଲକଡାଉନ୍ କାରଣରୁ ଏବେ ଦେଶର ସମସ୍ତ ସ୍କୁଲ ବନ୍ଦ ରହିଛି। ପିଲାମାନେ ଘରେ ରହି ପାଠପଢ଼ା ଜାରି ରଖିଛନ୍ତି। ତେବେ ଲକଡାଉନ୍ ଖୋଲିବା ପରେ ଅଡ୍-ଇଭିନ୍  ଫର୍ମୁଲା ଅନୁସାରେ ପିଲମାନେ ସ୍କୁଲ୍ ଆସିବେ ବୋଲି ଏନସିଇଆରଟିର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Comment