ଓଡ଼ିଶାଲାଇଭ୍ ବ୍ୟୁରୋ

ରୋଷେଇଶାଳାରେ ଥିବା ପିତ୍ତ, ଷ୍ଟିଲ୍, ମାଟି, କଂସା ଆଦି ସମସ୍ତ ଧାତୁ ତିଆରି ପାତ୍ରର ମହତ୍ୱ ଓ ଗୁଣବତ୍ତା ଭିନ୍ନ ଭିନ୍ନ। କେଉଁ ଧାତୁ ବାସନରେ ଖାଇବା ସ୍ଵାସ୍ଥ୍ୟ ପାଇଁ କେତେ ଲାଭପ୍ରଦ ଏବଂ କେଉଁଟି ହାନିକାରକ ଏବଂ କେଉଁ ଧାତୁ ପାତ୍ରରେ ରୋଷେଇ କରିବା ଉଚିତ୍ ତାହା ଜାଣିବା ନିହାତି ଜରୁରି। ଧାତୁ ପାତ୍ରରେ ଖାଇଲେ ତାହା କେତେକ ଶାରୀରିକ ସମସ୍ୟାକୁ ସମାଧାନ କରିଥାଏ। ସେହିପରି କେତେକ ଧାତୁ କର୍କଟ ଭଳି ପ୍ରାଣ ଘାତକ ରୋଗ ସମସ୍ୟାର କାରଣ ବି ହୋଇଥାଏ।  

ସୁନା: ସୁନା ପାତ୍ରରେ ଖାଇଲେ ଶରୀର ମଜବୁତ୍ ହୁଏ।

ରୁପା: ଶରୀରରେ ରକ୍ତ ପ୍ରବାହକୁ ସନ୍ତୁଳିତ ରଖେ। ୧୨ ବର୍ଷ ଯାଏଁ ପିଲାଙ୍କୁ ରୁପା ପାତ୍ରରେ ଖୁଆଇଲେ ଶିଶୁର ଶରୀର ଶାରିରୀକ ଭାବେ ସୁଦୃଢ଼ ହୁଏ।

କଂସା: କଂସା ବାସନରେ ରୋଷେଇ ଖାଦ୍ୟ ଖାଇଲେ ରକ୍ତ ଶୁଦ୍ଧ ହୁଏ।

ତମ୍ବା: ତମ୍ବା ପାତ୍ରରେ ପାଣି ପିଇବା ଫଳରେ ଶରୀରରୁ ବିଷାକ୍ତ ତତ୍ଵ ବାହାରିଯାଏ ଏବଂ ଶରୀରକୁ ରୋଗମୁକ୍ତ କରେ। ପାଚନକ୍ରିୟା ସଠିକ୍ ରହେ। ଲିଭର୍ ସମ୍ବନ୍ଧୀୟ ସମସ୍ୟା ମଧ୍ୟ କମ୍ ହୋଇଥାଏ

ପିତ୍ତଳ: ପିତ୍ତଳ ବାସନରେ ରୋଷେଇ କଲେ ଏବଂ ଖାଇଲେ ବାୟୁ ଦୋଷ, କଫ, କାଶ ଆଦି ରୋଗ ହୁଏ ନାହିଁ।

ଲୁହା: ଲୁହା ପାତ୍ରରେ ଫୋଲିକ୍ ଏସିଡ୍ ରହିଛି। ଲୁହା ପାତ୍ର ତିଆରି ଖାଦ୍ୟ ଖାଇଲେ ଶାରିରୀକ ଶକ୍ତି ବୃଦ୍ଧି କରେ। ଏହା ଆବଶ୍ୟକୀୟ ପୋଷକ ତତ୍ୱ ବଢ଼ାଏ। ରକ୍ତର ଅଭାବକୁ ଦୂର କରେ।

ଆଲୁମିନିୟମ୍: ଆଲୁମିନିୟମ୍ ବକ୍ସାଇଟ୍‌ରେ ତିଆରି ହୋଇଥାଏ। ଏହା ଉଭୟ ସ୍ମରଣଶକ୍ତି ଓ କିନୀକୁ ପ୍ରଭାବିତ କରିଥାଏ।

ମାଟି: ଆୟୁର୍ବେଦ ଅନୁଯାୟୀ, ପୁଷ୍ଟିକର ଓ ସ୍ଵାଦିଷ୍ଟ ଭୋଜନ ପାଇଁ ମାଟି ପାତ୍ର ଲାଭପ୍ରଦ। ଏହା ଶରୀରରୁ ସମସ୍ତ ରୋଗବ୍ୟାଧିକୁ ଦୂର ରଖେ।

ପ୍ଲାଷ୍ଟିକ୍: ପ୍ଲାଷ୍ଟିକ୍ ପାତ୍ରରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। 

 

Comment