ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଦୁଇ ଯବାନଙ୍କ ପୁଅଙ୍କୁ କ୍ରିକେଟ୍ କୋଚିଂ ଦେଉଛନ୍ତି ବିରେନ୍ଦ୍ର ସେହ୍ୱାଗ। ଏନେଇ ସେହ୍ୱାଗ ତାଙ୍କ ଟୁଇଟର ପେଜରେ ଲେଖି ଜଣାଇଛନ୍ତି।

ସେହ୍ୱାଗ ଲେଖିଛନ୍ତି, “ହିରୋ ମାନଙ୍କର ପୁଅ ଏମାନେ, ଏମାନେ ଦୁଇଜଣ ଆମ ସେହ୍ୱାଗ ସ୍କୁଲରେ ପଢ଼ିବା ଆମପାଇଁ ବଡ଼ ଗର୍ବର କଥା।”

ସେହ୍ୱାଗଙ୍କ ସ୍କୁଲରେ ଅର୍ପିତ ସିଂହ ଓ ରାହୁଲ ସୋରେଙ୍ଗ ନାମକ ଦୁଇଜଣ ପିଲା ପଢୁଛନ୍ତି, ଯେଉଁମାନେ କି ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପୁଅ। ତାଙ୍କୁ ସ୍କୁଲରେ ମାଗଣା ପାଠ ପଢାଇବା ସହ ସେମାନଙ୍କୁ କ୍ରିକେଟ୍ କୋଚିଂ ଦେଉଛନ୍ତି ବିରେନ୍ଦ୍ର ସେହ୍ୱାଗ।

ଗତ ଫେବ୍ରୁଆରି ମାସରେ ପୁଲୱାମାରେ ଆତଙ୍କୀ ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଜବାନ ପ୍ରାଣ ହରାଇଥିଲେ।

Comment